ଭୁବନେଶ୍ବର,(ଓଡ଼ିଶା ୱେୟାର) : ଭୁବେଶ୍ବରରେ ଚାଞ୍ଚଲ୍ୟ। ଦିନକୁ ଦିନ ରାଜଧାନୀରେ ଅପରାଧ ବଢୁଥିବା ବେଳେ ଆଜି ପୁଣି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ନିକଟସ୍ଥ କଳିଙ୍ଗ ନଗର ଅଞ୍ଚଳରେ। ଭୁବନେଶ୍ୱର କଳିଙ୍ଗନଗରରେ ଡବଲ ମର୍ଡର। ଘର ଭିତରେ ମା-ପୁଅଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ନେଇ ଜଣାପଡ଼ିଛି। ହତ୍ୟାକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ହେଲେ ସ୍ତ୍ରୀ-ପୁଅକୁ ସ୍ୱାମୀ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣା ସ୍ଥଳରେ ତମାଣ୍ଡୋ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।କଳିଙ୍ଗନଗରରରୁ ଏକ ଘର ଭିତରେ ୧୦ ବର୍ଷ ପୁଅ ଓ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିବା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ତେବେ ସ୍ତ୍ରୀ-ପୁଅକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...