Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲ୍‌ଦାର

ନିମାପଡା (ଓଡ଼ିଶା ୱେୟାର) : ଭିଜିଲାନ୍ସ ଜାଲରେ ପଡ଼ିଥିବା ନିମାପଡ଼ା ତହସିଲ୍‌ଦାର ରାମଚନ୍ଦ୍ର ଜେନାଙ୍କ ନାଁରେ ରହିଛି ୫ଟି ପାନ କାର୍ଡ । ୫ଟି ପାନକାର୍ଡରେ ଭିନ୍ନ ଭିନ୍ନ ନମ୍ବର ରହିଛି । ଏହାର ଯାଞ୍ଚ କରାଯାଉଛି । ଅଧିକ ତଦନ୍ତ ପାଇଁ ଆୟକର ବିଭାଗକୁ ପଠାଇଛି ଭିଜିଲାନ୍ସ । ଆଜି ଭୋରରୁ ୪ ଲକ୍ଷ ୬୫ ହଜାର ଟଙ୍କା ସହ ତହସିଲଦାର ରାମଚନ୍ଦ୍ର ଜେନାଙ୍କୁ ଧରିଛି ଭିଜିଲାନ୍ସ । ଭାଇଙ୍କୁ ଡାକି ଟଙ୍କା ତାଙ୍କ ହାତରେ ପଠାଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଭାଇଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ସେଲ୍‌ କାର୍ଯ୍ୟାଳୟରେ ରଖାଯାଇ ପଚରାଉଚରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ରାମଚନ୍ଦ୍ରଙ୍କ ସରକାରୀ ବାସଭବନରୁ ମିଳିଛି ଆଉ ୫୦ ହଜାର ଟଙ୍କା । କଟକ ସିଡିଏ ସେକ୍ଟର-୧୧ ଓ କେନ୍ଦ୍ରାପଡ଼ା ଗରଦପୁରରେ ଚଢ଼ାଉ ଜାରି ରହିଛି । ନିମାପଡ଼ାର ଇନ୍‌ଚାର୍ଜ ସବ୍‌ ରେଜିଷ୍ଟ୍ରାର୍‌ ଅଛନ୍ତି ରାମଚନ୍ଦ୍ର ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌।
ସୂଚନା ଯୋଗ୍ୟ ପୂର୍ବରୁ ମଧ୍ୟ ରାମଚନ୍ଦ୍ର ଜେନାଙ୍କ ନାଁରେ ଦୁଇଟି ଭିଜିଲାନ୍‌ସ କେସ ରହିଛି । ବେଆଇନ ଭାବେ ମୂଲ୍ୟବାନ ଜମିର ବନ୍ଦୋବସ୍ତ ଓ ପଟ୍ଟା ପ୍ରଦାନ ଅଭିଯୋଗରେ ତାଙ୍କ ନାଁରେ ୨୦୧୧ ମସିହାରେ କଟକ ଭିଜିଲାନ୍‌ସରେ ଏକ ମାମଲା ରୁଜୁ ହୋଇଥିଲା । ୨୦୧୬ ମସିହାରେ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି । ମାମଲା ବିଚାରାଧୀନ ରହିଛି । ସେହିପରି କୃଷି ଜମିକୁ ବେଆଇନ ଭାବେ ଅଣକୃଷି ଜମିର କିସମ ପରିବର୍ତ୍ତନ ନେଇ ୨୦୧୮ରେ ଭିଜିଲାନ୍ସ ରାମଚନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ରାମଚନ୍ଦ୍ର ଜେନାଙ୍କ ନାଁରେ ରହିଛି ୫ଟି ପାନ୍‌କାର୍ଡ । ଏ ସଂପର୍କରେ ତଦନ୍ତ ପାଇଁ ଆୟକର ବିଭାଗକୁ ପଠାଇଛି ଭିଜିଲାନ୍ସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top