ଭର୍କାଲା: ଭର୍କାଲାର ଡାଲଭାପୁରମରେ ଏକ ଅଗ୍ନିକାଣ୍ଡରେ ଏକ ଶିଶୁ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ ହଠାତ ନିଆଁ ଲାଗିଥିବା ଜଣାପଡିଛି। ବୈଦୁତିକ ଏବଂ ଫରେନସିକ୍ ବିଶେଷଜ୍ଞଙ୍କ ରିପୋର୍ଟ ପାଇବା ପରେ ହିଁ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣା ପଡିବ । ଦୁଇ ମହଲା ଘରର ବିଭିନ୍ନ କୋଠରୀରେ ମୃତଦେହ ମିଳିଥିଲା ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ତାଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସକାଳେ ସେମାନେ ଘର ସମ୍ମୁଖରୁ ନିଆଁ ଓ ଧୂଆଁ ବାହାରୁଥିବାର ଦେଖିଲେ ା ସେ ପରିବାର ସଦସ୍ୟ ଡାକ ପକାଇଥତ୍ଲେ କିନ୍ତୁ କୌଣସି ପ୍ରତିକ୍ରିୟା ପାଇ ନଥିଲେ।
ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀମାନେ ଘରର ପଛ ଦ୍ୱାର ଖୋଲି ଭିତରକୁ ଯାଇଥିଲେ ରେଞ୍ଜ ମହାନିର୍ଦ୍ଦେଶକ (ଡିଜି) ଆର ନିଶାନ୍ତିନୀ ଘର ଯାଞ୍ଚ କରିଥିଲେ। ସେ କହିଛନ୍ତି ଯେ ତଳ ମହଲା ଏବଂ ଉପର ମହଲାର କୋଠରୀଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଛି।
ସେ ଗଣମାଧ୍ୟମକୁ କହିଛନ୍ତି ଯେ ସନ୍ଦେହଜନକ କିଛି ମିଳିନାହିଁ । ବୈଦ୍ୟୁତିକ ଏବଂ ଫରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟ ପାଇବା ପରେ ଆମେ କିଛି କହିବାକୁ ସମର୍ଥ ହେବୁ । ସିସିଟିଭି କ୍ୟାମେରାର ଫୁଟେଜ ଅନୁଯାୟୀ ରାତି ପ୍ରାୟ ୧.୧୫ ରେ ନିଆଁ ଲାଗିଯାଇଥିଲା ସ୍ଥାନୀୟ ଲୋକ କହିଥିଲେ ଯେ କାର ପାର୍କିଂ ହୋଇଥିବା ସ୍ଥାନରୁ ନିଆଁ ଓ ଧୂଆଁ ବାହାରୁଥିବାର ଦେଖାଯାଇଥିଲା।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...