Latest

ଶଙ୍ଖ ଫୁଙ୍କିଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ

Posted on

ଭୁବନେଶ୍ୱର,(ଓଡ଼ିଶା ୱେୟାର): ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ । ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ଉପସ୍ଥିତରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି।
ତଳସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ଥିଲା। ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନଥିଲା। ଏହା ମୋ ସହଯୋଗୀମାନଙ୍କ ନିଷ୍ପତ୍ତି ଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛୁ।
ଡାକ୍ତର ମାଝୀ କହିଛନ୍ତି, କଂଗ୍ରେସ ଏକ ମୁଣ୍ଡବିହୀନ ଦଳ ହୋଇଯାଇଛି। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଛି।
ମାଝୀ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଏ। ଆମେ ସମସ୍ତେ ବିଜେଡିରେ ଶୄଙ୍ଖଳିତ ହୋଇ କାମ କରିବୁ। ଆଦିବାସୀ ମାନଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଓ ରାଜ୍ୟର ବିକାଶ ନେଇ କାମ କରିବୁ। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ।
କଂଗ୍ରେସରୁ ଇସ୍ତଫା ଦେବା ବେଳେ ଏହି ପୂର୍ବତନ ବିଧାୟକ କହିଥିଲେ ଯେ ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ଦଳରେ ଅଣଦେଖା କରାଯାଉଥିଲା। ଦଳ ସେମାନଙ୍କୁ ପ୍ରତାରିତ କରିଛି। ଦଳୀୟ ନେତା ଓ କର୍ମୀ ସେମାନଙ୍କ ବିପକ୍ଷରେ କାମ କରୁଛନ୍ତି। ଏଣୁ ଏହି ଦଳରେ ରହି ଆଉ ଲୋକଙ୍କ ସେବା କରି ହେବନି।
ସୁନ୍ଦରଗଡ଼ର ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍‌ରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଡାକ୍ତର ପ୍ରଫୁଲ୍ଲ ମାଝୀ। ୨୦୦୬ରେ ଉପ-ନିର୍ବାଚନ ଲଢ଼ି ପ୍ରଥମେ ବିଧାନସଭାକୁ ଆସିଥିଲେ ସେ। ଏହା ପରେ ଯଥାକ୍ରମେ ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଡାକ୍ତର ମାଝୀ ହାରି ଯାଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version