ରାଜ୍ୟ

ଓୟୁଏଟି କୁଳପତିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ):ଓୟୁଏଟି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଲାଗି ରାଜ୍ୟପାଳ ତଥା କୁଳାଧିପତିଙ୍କ ପ୍ରମୁଖ ସଚିବ ଆଜି ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।୬ ସପ୍ତାହ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଲାଗି କୁହାଯାଇଛି।ପୂର୍ବତନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ପ୍ରମୋଦ କୁମାର ଜେନା ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି।

କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନିଜ ପଦବୀର ଅପବ୍ୟବହାର କରିଥିବା ନେଇ ପୂର୍ବତନ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଶ୍ରୀ ଜେନା କୁଳାଧିପତି ଓ ପ୍ରୋ ଚାନ୍ସଲର୍ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ଜାଲିଆତି କରାଯାଇଥିବା ସେ ଅଭିଯୋଗ କରିଥିଲେ। ଅଭିଯୋଗରେ ସତ୍ୟତା ଥିବା ଅନୁଭବ କରି କୁଳାଧିପତିଙ୍କ କାର‌୍ୟ୍ୟାଳୟ, ଶ୍ରୀ ପଶୁପାଳକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।୬ ସପ୍ତାହ ଭିତରେ ତଦନ୍ତ ସାରି ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ଲାଗି କୁହାଯାଇଛି। କୁଳପତି ଶ୍ରୀ ପଶୁପାଳକଙ୍କ ନାଁରେ ୫ଟି ବଡ଼ ଦୁର୍ନୀତି ଅଭିଯୋଗ ଆସିଛି।ତେବେ ଅଭିଯୋଗ ସଂପର୍କରେ ସେ କିଛି ଜାଣିନଥିବା କୁଳପତି କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version