ନୂଆଦିଲ୍ଲୀ: ଇଣ୍ଡିଆନ ଆକାଡେମିଆ ବା ଭାରତୀୟ ଶିକ୍ଷାନୁଷ୍ଠାନ ସମୁହ ୭୫ଟି ସାଟେଲାଇଟ୍ ନିର୍ମାଣ ପାଇଁ କାମ କରୁଛନ୍ତି । ଏହାକୁ ଅଗଷ୍ଟ ୨୦୨୨ ୧୫ ତାରିଖରୁ ୨୦୨୩ ମଧ୍ୟରେ ଲଞ୍ଚ୍ କରାଯିବ । ଏହି ପ୍ରକଳ୍ପ ଇସ୍ରୋର ସାଟେଲାଇଟ୍ ବିକଶିତ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶତ ଡାକ୍ତର ମାୟିଲସାମି ଆନ୍ନାଦୁରାଇଙ୍କ ତତ୍ୱାବଧାନରେ ଚାଲିଛି ।
ଏନେଇ ଡାକ୍ତର ମାୟିଲସାମି କହିଛନ୍ତି ଯେ, ଭାରତୀୟ ପ୍ରଦ୍ୟୋଗିକ କଂଗ୍ରେସ ଆସୋସିଏସନ ଦ୍ୱାରା ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏକସଙ୍ଗରେ ଆଣିବା ଏହାର ଉଦ୍ଦେଶ୍ୟ ଅଟେ । ଏହାସହ ବିଭିନ୍ନ ଛାତ୍ରମାନେ ତିଆରି କରିଥିବା ଉପଗ୍ରହରୁ ପରୀକ୍ଷଣ କରିବା ମଧ୍ୟ ଏହାର ଆଉ ଏକ ଉଦ୍ଦେଶ୍ୟ ଅଟେ । ୨୦୨୧ରେ ଆକାଡେମିଆ ୟୁନିଟିସାଟ୍ ୱାମରେ ତିନୋଟି ଉପଗ୍ରହ ନିର୍ମାଣ କରିଥିଲା । ଏହାକୁ ପିଏସଏଲଭି ସି୫୧ ସାହାଯ୍ୟରେ ଲଞ୍ଚ କରାଯାଇଥିଲା ।
ସେ ଆହୁରି କହିଛନ୍ତି ଯେ, ନୂଆ ପ୍ରକଳ୍ପ ପୂରଣ ହେଲା ପରେ ଭାରତୀୟ ଛାତ୍ରଙ୍କୁ ନାନୋ ସାଟେଲାଇଟ୍ ତିଆରି ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଆଗକୁ ଯେଉଁ ୭୫ ସାଟେଲାଇଟ୍ ପଠାଯିବ ସମସ୍ତଙ୍କର ସ୍ୱତନ୍ତ୍ର ଉଦ୍ଦେଶ୍ୟ ରହିଛି । ଏଥିରେ ଫଟୋ ଉଠାଇବା ଓ ତଥ୍ୟ ଏକାଠି କରିବା ଆଦି ସାମିଲ ରହିଛି । ତେବେ ଇସ୍ରୋ ସାହାଯ୍ୟରେ ଏହି ସବୁ ସାଟେଲାଇଟର ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଭାରତ ମହାକାଶ ଗବେଷଣାରେ ଆହୁରି ଆଗକୁ ବଢିବ ବୋଲି ସେ କହିଛନ୍ତି ।