Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ: ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ଯୁଦ୍ଧ ଲଗାତାର ଚାଲିଛି। ଏମିତିକି ଯୁଦ୍ଧ ରୋକିବା ପାଇଁ ଅନେକ ଚାହୁଁଥିବା ବେଳେ ଋଷ ୟୁକ୍ରେନ ଉପରେ ନିଜ ଆକ୍ରମଣକୁ ରୋକିବାରେ ନାଁ ଧରୁନି। ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ଋଷ। ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ସେଠାରେ ରହୁଥିବା ଅନେକ ଭାରତୀୟଙ୍କୁ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତ ଆଣିବାରେ ସାହାଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ତେବେ ଏହି ଯୁଦ୍ଧ ସମୟରେ କେବଳ ଭାରତୀୟଙ୍କୁ ନୁହେଁ ଅନ୍ୟ ଦେଶ ଯେମିତିକି ପାକିସ୍ତାନ ଓ ବାଂଲାଦେଶୀମାନଙ୍କୁ ସ୍ଥାନାନ୍ତର କରାଯାଉଛି ଅପରେସନ ଗଙ୍ଗା ମାଧ୍ୟମରେ। ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବାଂଲାଦେଶୀ ନାଗରିକମାନଙ୍କୁ ନିଜ ଦେଶକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିବାରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି।
ଇଣ୍ଡିଆନ ୱାର୍ଲ୍ଡ ଫୋରମର ସଭାପତି ପୁନିତ ସିଂ ଚାନ୍ଦୋକଙ୍କ ଅନୁଯାୟୀ, ସୁମିରୁ ୧୨ ଟି ବସ୍ ସହରର ସମସ୍ତ ଭାରତୀୟଙ୍କୁ ନେଇ ଏକ ଭାରତୀୟ କନଭୟ ପାଖରେ ପହଞ୍ଚାଯାଇଥିଲା। ଏହି କନଭୟ ୟୁକ୍ରେନରୁ ନଅ ଜଣ ବାଂଲାଦେଶୀଙ୍କୁ ମଧ୍ୟ ସ୍ଥାନାନ୍ତର କରିଛି। ଖାଲି ସେତିକି ନୁହେଁ ଏହା ନେପାଳ ଏବଂ ଟ୍ୟୁନିସିଆର ଛାତ୍ରମାନଙ୍କୁ ମଧ୍ୟ ଆଣିଥିଲା। କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଗତ ମଙ୍ଗଳବାର କହିଛନ୍ତି: “ମୁଁ କଣ୍ଟ୍ରୋଲ ରୁମକୁ ଯାଞ୍ଚ କରିଥିଲି, ୬୯୪ ଜଣ ଭାରତୀୟ ଛାତ୍ର ସୁମିରେ ରହିଛନ୍ତି। ଆଜି ସେମାନେ ସମସ୍ତେ ପୋଲଟାଭା ଯିବା ପାଇଁ ବସ୍ ଚଢ଼ିସାରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top