Latest

ସୁଧ ପାଇଁ ହତ୍ୟା

Posted on

କଟକ(ଓଡ଼ିଶା ଓ୍ବେୟାର) : କଟକରେ ନିର୍ମମ ହତ୍ୟା । ସୁଧ ଟଙ୍କା ଆଦାୟ କରିବାକୁ ନେଇ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷକଙ୍କୁ କରାଯାଇଛି ହତ୍ୟା । ଶିକ୍ଷକ ଜଣକ ସୁଧ ଟଙ୍କା ଆଦାୟ କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରାଯାଇଥିଲା । ମୃତ ଅଧ୍ୟକ୍ଷ ହେଲେ ସୁଦର୍ଶନ ଶତପଥୀ ।
ଭୁଜାଲିରେ ଆକ୍ରମଣ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମାତ୍ର ୫ ହଜାର ଟଙ୍କା ପାଇଁ ତାଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version