ଆଠଗଡ଼(ଓଡ଼ିଶା ୱେୟାର : ଲକ୍ଷାଧିକ ଟଙ୍କାର କୋଭିଡ୍ ସାମଗ୍ରୀ ଠାବ । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘରୁ କୋଭିଡ ସାମଗ୍ରୀ ଠାବ କରାଯାଇଛି । ସ୍ତ୍ରୀଙ୍କ ନାଁରେ ଠକାମୀ ଅଭିଯୋଗ ଆଣିଲେ ସ୍ୱାମୀ । କଟକ ଜିଲ୍ଲା ଆଠଗଡ଼ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମଚାରୀ ପ୍ରଭାତି ବିଶ୍ୱାଳ ଏବଂ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ସୁନିଲ କୁମାର ସାହୁ ଲକ୍ଷାଧିକ ଟଙ୍କାର କୋଭିଡ୍ ସାମଗ୍ରୀ ବାହାରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି ।
ଏନେଇ ଚୌଦ୍ୱାର ଥାନାରେ ପ୍ରଭାତିଙ୍କ ସ୍ୱାମୀ ଧନେଶ୍ୱର ବରାଳ ଅଭିଯୋଗ କରିଛନ୍ତି । ପ୍ରଭାତି ଏବଂ ସୁନିଲ୍ କଟକରେ କୋଭିଡ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏହି ସାମଗ୍ରୀକୁ ବାହାରେ ଚଢା ଦରରେ ବିକ୍ରୀ କରି ମାଲାମାଲ ହେଉଥିଲେ । ଏବେ ସୁନିଲ୍ ଏବଂ ତାଙ୍କ ପତ୍ନୀ ଫେରାର ରହିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗନୁଯାୟୀ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...