Latest

ମୀରାବାଈ ଚାନୁଙ୍କୁ ମିଳିବ ଲାଇଫ ଟାଇମ ମାଗଣା ପିଜା

Posted on

ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ ଇତିହାସ ସୃଷ୍ଟି କରିଛନ୍ତି। ୨୬ ବର୍ଷୀୟ ମୀରାବାଈ ଚାନୁ ୪୯ କିଲୋଗ୍ରାମ ବର୍ଗ ଭାରୋତ୍ତୋଳନରେ ରୌପ୍ୟ ଜିତିଥିଲେ ଏବଂ ଗର୍ବର ସହିତ ସମଗ୍ର ଦେଶରେ ତାଙ୍କର ପ୍ରଶଂସା ହୋଇଥିଲା । ସବୁ ଜାଗାରେ ଲୋକମାନେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ରେଷ୍ଟୁରାଣ୍ଟ ଶୃଙ୍ଖଳା ଡୋମିନୋଜ ମଧ୍ୟ ତାଙ୍କୁ ଏକ ବିଶେଷ ଅଭିନନ୍ଦନ ଜଣାଇଛନ୍ତି ।
ରେଷ୍ଟୁରାଣ୍ଟ ଚେନ୍ ଡୋମିନୋଜ ସାଇଖୋମ୍ ମୀରାବାଈ ଚାନୁ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ହୋଇଥିବାରୁ ତାଙ୍କ ପାଇଁ ମାଗଣା ପିଜା ପ୍ରଦାନ କରିଛିନ୍ତି । ବାସ୍ତବରେ ପଦକ ଜିତିବା ପରେ ମୀରାବାଈ କହିଛନ୍ତି ଯେ ସେ ପିଜା ଖାଇବାକୁ ଚାହୁଁଛନ୍ତି। ଶନିବାର ପଦକ ଜିତିବା ପରେ ଡୋମିନୋଜ ମୀରାବାଈଙ୍କ ପରିବାର ସଦସ୍ୟଙ୍କ ଘରକୁ
ଏହା ସହିତ ଡୋମିନୋଜ ଟ୍ୱିଟ୍ କରି କହିଛନ୍ତି, ‘ଆପଣ କହିଲେ ଏବଂ ଆମେ ମଧ୍ୟ ଶୁଣିଲୁ, ଆମେ କେବେ ବି ଚାହୁଁନାହୁଁ ଯେ ମୀରାବାଈ ଚାନୁଙ୍କୁ ଖାଇବାକୁ ଅପେକ୍ଷା କରିବାକୁ ପଡୁ ଏହି କାରଣରୁ ଆମେ ତାଙ୍କୁ ଆଜୀବନ ମାଗଣା ପିଜା ଦେବୁ ବୋଲି ଡୋମିନୋଜ କହିଛନ୍ତି । ରୌପ୍ୟ ପଦକ ଜିତିବା ପରେ ମୀରାବାଈ ଚାନୁ ଏକ ସାକ୍ଷାତକାରରେ କହିଛନ୍ତି ,ପିଜା ଖାଇବାର ବହୁତ ଦିନ ହୋଇଗଲାଣି ଆଜି ମୁ ବହୁତ ପିଜା ଖାଇବି ।
ଅଲିମ୍ପିକ୍ସରେ ରୌପ୍ୟ ଜିତିବାର ମୀରାବାଈ ଚାନୁ ପ୍ରଥମ ଭାରତୀୟ ଭାରୋତ୍ତୋଳକ ହୋଇଛନ୍ତି। ସେ କ୍ଲିନ୍ ଏବଂ ଜର୍କରେ ମୋଟ ୨୦୨ କିଲୋଗ୍ରାମ ଏବଂ ସ୍ନାଚ୍ ରେ ୮୭ କିଲୋଗ୍ରାମ ଉଠାଇ ପଦକ ଜିତିଥିଲେ । ଭାରତ ୨୧ ବର୍ଷ ପରେ ଭାରୋତ୍ତୋଳନରେ ପଦକ ପାଇଛି ।ଏହାପୂର୍ବରୁ ସିଡନୀ ଅଲିମ୍ପିକ୍ସ ୨୦୦୦ ରେ ଦେଶ ପାଇଁ ଭାରୋତ୍ତୋଳନରେ କର୍ଣ୍ଣମ ମଲେସ୍ୱରୀ ବ୍ରୋଞ୍ଜ ଜିତିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version