Latest
ଟଙ୍କା ହେରଫେର ମାମଲା: ଇଡି ଜାଲରେ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ତିଜ
ମୁମ୍ବାଇ: ଇଡି ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ତିଜ। ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଘେରିଛି। ଦିଲ୍ଲୀରେ ତାଙ୍କୁ ପ୍ରାୟ ୫ ଘଣ୍ଟା ହେଲା ପଚରାଉଚରା କରୁଛି ଇଡି। ତେବେ ମନି ଲଣ୍ଡ୍ରିଂର ଏହି ମାମଲା କାହାସହ ଜଡିତ ରହିଛି, ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ।
ଜ୍ୟାକଲିନ୍ଙ୍କ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତ୍ରୀ ୟାମି ଗୌତମଙ୍କୁ ମଧ୍ୟ ମନି ଲଣ୍ଡ୍ରିଂର ମାମଲାରେ ଜୁଲାଇ ୭ରେ ପଚରାଉଚରା କରିଥିଲା। ନିକଟରେ ଫିଲ୍ମମେକର ଆଦିତ୍ୟ ଧରଙ୍କ ସହ ବିବାହ କରିଥିବା ୟାମିଙ୍କ ନାଁରେ ଫେମା ଆଇନ୍କୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା।
ସୂଚନା ମୁତାବକ ଆଜି ସକାଳେ ଇଡି ମହାରାଷ୍ଟ୍ରର ୯ଟି ସ୍ଥାନରେ ରେଡ୍ କରିଥିଲା। ଶିବସେନା ସାଂସଦ ଭାବନା ଗ୍ୱାଲି ପଟେଲ ଘର ଅଫିସ ସମେତ ୬ରୁ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି। ଏଥିସହ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାମଲାରେ ଇଡି ଅନେକ ସ୍ଥାନରେ ରେଡ୍ କରିଥିଲା।