ଭୁବନେଶ୍ଵର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଚଳିତ ମାସ ୧୪ ତାରିଖରେ ପାଳିତ ହେବ।
ସୋମବାର ଅପରାହ୍ନରେ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ବୈଠକରେ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ୧୪ତାରିଖ ଦିନ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ନବାନ୍ନ ଭୋଗ ଲାଗି ହେବ। ଏହାପରେ ଲୋକମାନେ ଅନ୍ୟ ଦେବଦେବୀ, ଗ୍ରାମ ଦେବତୀ, କୂଳ ଦେବତାଙ୍କୁ ନୂଆ ଭୋଗ ଲାଗି ହେବ।
ନୂଆବର୍ଷରୁ ଚାଷୀ ପଞ୍ଜିକରଣ: ମିଳିବ ୟୁନିକ୍ ନମ୍ବର ଓ ଡିଜିଟାଲ ଚାଷୀ କାର୍ଡ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ ସରକାରଙ୍କ ପାଖରେ ରହିବ । ଏଥିପାଇଁ ସମସ୍ତ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି...