Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୮ମାସ ପରେ କାର୍ଯ୍ୟକ୍ଷମ ହେବ ମହାନଦୀ ଟ୍ରିବ୍ୟୁନାଲ, ଜଷ୍ଟିସ ବେଲା ଏମ ତ୍ରିବେଦୀ ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାର ଲାଇଫଲାଇନ୍ ‘ମହାନଦୀ’ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପ୍ରାୟ ୮ମାସ ପରେ ପୁଣିଥରେ କାର୍ଯ୍ୟକ୍ଷମ ହେବ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଗତ ମାର୍ଚ୍ଚ ୧୨ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ.ଏମ.ଖାନୱାଲିକର ଇସ୍ତଫା ଦେବାପରେ ଏହି ଟ୍ରିବ୍ୟୁନାଲ ଠପ୍ ହୋଇ ପଡ଼ିରହିଥିଲା । ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶିତ ହେବାପରେ ସରକାରୀସ୍ତରରେ ତତ୍ପରତା ବଢ଼ିଥିଲା ।
କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ତ୍ରିବେଦୀଙ୍କୁ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଦୁଇ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ୍ କୌର କୋଚର ପୂର୍ବବତ କାର୍ଯ୍ୟ କରିବେ । ଏହି ଦୁଇ ସଦସ୍ୟ ଟ୍ରିବ୍ୟୁନାଲ ଆରମ୍ଭରୁ ରହିଛନ୍ତି ।
ଉଲ୍ଲେଖଯୋଗ୍ୟ,ଶେଷଥର ପାଇଁ ଟ୍ରିବ୍ୟୁନାଲରେ ଶୁଣାଣି ୨୦୨୪ ଫେବୃୟାରୀ ୨୨ତାରିଖରେ ହୋଇଥିଲା । ଟ୍ରିବ୍ୟୁନାଲର ଏହି ୪୩ତମ ବୈଠକ ପରେ ମାର୍ଚ୍ଚ ୧୧ତାରିଖରେ ପ୍ରସ୍ତାବିତ ଶୁଣାଣି ହୋଇପାରିନଥିଲା ଓ ଯାହା ମାର୍ଚ୍ଚ ୨୭ତାରିଖକୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହି ଅବଧି ମଧ୍ୟରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଖାନୱାଲିକର ଇସ୍ତଫା ଦେଇସାରିଥିବାରୁ ଆଉ ଶୁଣାଣି ସମ୍ଭବପର ହୋଇପାରିନାହିଁ । ଛତିଶଗଡ଼ ସହ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ତାରିଖରେ ଜଷ୍ଟିସ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ କେନ୍ଦ୍ର ସରକାର ମଧ୍ୟ ୨୦୨୬ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରିସାରିଛନ୍ତି । ଟେକିନିକାଲ ଦୃଷ୍ଟିରୁ ଟ୍ରିବ୍ୟୁନାଲରେ ୩ଜଣ ସଦସ୍ୟ ରହିବା ଜରୁରୀ । ତେଣୁ ମହାନଦୀ ଜଳବିବାଦ ଉପରେ କୌଣସି ଶୁଣାଣି ହୋଇପାରିନାହିଁ ।
ସୂଚନାଯୋଗ୍ୟ, ବିଗତ ୩ବର୍ଷରେ ମହାନଦୀର ହୀରାକୁଦଠାରେ ପ୍ରବାହିତ ଜଳର ପରିମାଣ ୨୦୨୧-୨୨ରେ ୧୯.୮ ନିୟୁତ ଏକର ଫୁଟ, ୨୦୨୨-୨୩ରେ ୨୭.୭ନିୟୁତ ଏକର ଫୁଟ ଓ ୨୦୨୩-୨୪ରେ ୨୫.୪ ନିୟୁତ ଏକର ଫୁଟ ରହିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top