ମୁମ୍ବାଇ: ଅଶ୍ଲିଳ ସିନେମା ପ୍ରସ୍ତୁତ ଓ ତାହାକୁ ମୋବାଇଲ ଆପ ଦ୍ବାରା ପ୍ରସାରିତ କରିବା ଉଦ୍ଦେଶ୍ୟରେ ଗିରଫ ହୋଇଛନ୍ତି ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ବାମୀ ଓ ବ୍ୟବସାୟୀ ରାଜ କୁନ୍ଦ୍ରା । ତେବେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଶୁଣାଣୀରେ ହାଇକୋର୍ଟରେ ମୁମ୍ବାଇ ପୁଲିସ ବିରୋଧ କରିଛି । ଏପରିକି ହାଇକୋର୍ଟରେ ଉପସ୍ଥାପିତ ପ୍ରମାଣକୁ ମଧ୍ୟ ଘୋର ବିରୋଧ କରି ମୁମ୍ବାଇ ପୁଲିସ କହିଛି ଯେ, ରାଜ କୁନ୍ଦ୍ରାଙ୍କୁ ଯଦି ଛାଡି ଦିଆଯାଉଛି, ତେବେ ସମାଜକୁ ଏକ ଭୁଲ ବାର୍ତ୍ତା ଯିବ ।
ମଙ୍ଗଳବାର ହାଇକୋର୍ଟରେ ଶୁଣାଣୀ ସମୟୟରେ ମୁମ୍ବାଇ ପୁଲିସ ଆହୁରି ମଧ୍ୟ କହିଥିଲା କି ରାଜ କୁନ୍ଦ୍ରାଙ୍କୁ ଯଦି ବାହାରକୁ ଛାଡ଼ି ଦିଆଯାଉଛି, ତେବେ ସେ ପୁଣି ଥରେ ଏହି ବ୍ୟବସାୟ ଆରମ୍ଭ କରିଦେବେ। ବିଦେଶ ଫେରାର ହେବାର ସମ୍ଭାବନା ଯଥେଷ୍ଟ ରହିଛି । ଯାହା ନିଶ୍ଚିତ ପକ୍ଷେ ଏକ ଭୁଲ ବାର୍ତ୍ତା ଯିବ ବୋଲି ମୁମ୍ବାଇ ପୁଲିସ ଦାବି କରିଛି । ସୂଚନା ଯୋଗ୍ୟ ରାଜ କୁନ୍ଦ୍ରା ବର୍ତ୍ତମାନ ନ୍ୟାୟିକ ହେପାଜତରେ ରହିଛନ୍ତି । ଜାମିନ ପାଇଁ ସେସନ କୋର୍ଟରେ ଆବେଦନ କରିଛନ୍ତି । ଗତ ଏପ୍ରିଲ ମାସରେ ପୁଲିସ ଅଶ୍ଲିଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଚାର୍ଜସିଟ ଦାଖଲ କରିଥିଲା ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...