ମନୋରଞ୍ଜନ

ଦ୍ୱିତୀୟ ଥର ଲାଗି ପରଦାକୁ ଆସିବେ ସିଦ୍ଧାନ୍ତ-ନୈନା ଯୋଡ଼ି

ନୈନା ଦାଶଙ୍କ ଅଭିନୀତ ପ୍ରଥମ ସିନେମା ହେଲା ସୂରଜ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମା ମଙ୍ଗଳା’।

Posted on

ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତଙ୍କୁ କେତେକ ଅଭିନେତ୍ରୀ ପ୍ରଥମ ସିନେମାରେ ନାୟକ ଭାବେ ପାଇଛନ୍ତି ତ ପୁଣି କେତେଜଣ ଦୀର୍ଘବର୍ଷ ପରେ ଏଭଳି ସୁଯୋଗ ପାଇଛନ୍ତି। ଏଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଲେ ନୈନା ଦାଶ।
 ନୈନା ଦାଶଙ୍କ ଅଭିନୀତ ପ୍ରଥମ ସିନେମା ହେଲା ସୂରଜ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମା ମଙ୍ଗଳା’। ଏଥିରେ ସୂରଜଙ୍କ ବିପକ୍ଷରେ ହିଁ ଅଭିନୟ କରି ଥିଲେ ନୈନା। ଏହାପରେ ସେ ‘ଶାଶୁଘର ଚାଲିଯିବି’ଓ ‘ମୋ ମନ ଖାଲି ତୋରି ପାଇଁ’ ଭଳି ଛବିରେ ଚରିତ୍ର ଅଭିନେତ୍ରୀ ଭାବେ ନଜର ଆସିଥିଲେ।
 ତେବେ ସିଦ୍ଧାନ୍ତଙ୍କ ସାଥ୍‌ ମିଳିଥିଲା ନୈନାଙ୍କୁ କେବଳ ଗୋଟିଏ ସିନେମାରେ। ତାହା ହେଲା ‘ତୁମକୁ ଦେଖିଲା ପରେ’। ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଏହି ସିନେମାରେ ପ୍ରଥମ ଥର ଲାଗି ସିଦ୍ଧାନ୍ତ-ନୈନାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ଦ୍ୱିତୀୟ ଥର ପାଇଁ ଏହି ଯୋଡ଼ି ପରଦାକୁ ଆସୁଛନ୍ତି। ଯେଉଁ ଓଡ଼ିଆ ଛବିରେ ପୁଣି ସିଦ୍ଧାନ୍ତ-ନୈନା ଏକାଠି ଆସୁଛନ୍ତି, ତାହା ହେଲ ‘ବଜରଙ୍ଗୀ’। ଶଚ୍ଚୀକାନ୍ତ ଜେନାଙ୍କ ପ୍ରଯୋଜିତ ଓ ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାନ୍ତଙ୍କ ପତ୍ନୀ ଭୂମିକାରେ ଅଛନ୍ତି ନୈନା। ଏଥିରେ ଅମ୍ଳାନ-ଅନୁଭାଙ୍କ ଯୋଡ଼ି ମଧ୍ୟ ଅଛନ୍ତି। ‘ବଜରଙ୍ଗୀ’ ଏକ ଆକସନ୍‌ ପ୍ୟାକଡ ଫିଲ୍ମ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version