ଆନନ୍ଦପୁର (ଓଡ଼ିଶା ଓ୍ବେୟାର): ନିଶା ସେବନ ପାଇଁ ଟଙ୍କା ନଦେବାରୁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଧାରୁଆ ଅସ୍ତ୍ର ହାଣି ରକ୍ତାକ୍ତ କରି ଦେଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅନ୍ତର୍ଗତ ଖଡ଼ିବିଲ ଗାଁରେ।
ଅଭିଯୋଗ ଅନୁଯାୟୀ, ଗାଁର ମଣ୍ଟୁ ଜେନା ଆଜି ସକାଳେ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ତା’ ମା’ ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲା। ୫୦୦ ଟଙ୍କା ଦେଇ ପାରିବେନି ବୋଲି ରଙ୍ଗବତୀ ତାକୁ କହିଥିଲେ। ସେ କେବଳ ୩୦ ଟଙ୍କା ଦେଇଥିଲେ।
ଆବଶ୍ୟକ ଟଙ୍କା ନ ମିଳିବାରୁ ମଣ୍ଟୁ ଏକ ଧାରୁଆ ଅସ୍ତ୍ରରେ ତା’ ମା’ ରଙ୍ଗବତୀଙ୍କୁ ଆକ୍ରମଣ କରିଥିଲା। ଫଳରେ ରଙ୍ଗବତୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...