ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ସଜ୍ଜା କାଟୁଥିବା ଆଶାରାମ ବାପୁଙ୍କ ପୁଅ ନାରାୟଣଙ୍କ ସାଇଙ୍କ ପାଇଁ ସମସ୍ୟା ବଢିଛି। ଆଜୀବନ ସଜ୍ଜା କାଟୁଥିବା ନାରାୟଣ ସାଇ ଦୁଇ ସପ୍ତାହ ପାଇଁ ପାରୋଲ ଯିବାକୁ ଅନୁମତି ଲୋଡ଼ିଥିଲେ। ଏହି ଅନୁମତିକୁ ଗୁଜୁରାଟ ହାଇକୋର୍ଟ ଅନୁମତି ପ୍ରଦାନ କରିଥିଲେ। ମାତ୍ର ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା । ଉକ୍ତ ଯାଚିକାର ଶୁଣାଣୀ କରି ସୁପ୍ରିମ କୋର୍ଟ ଗୁଜୁରାଟ ହାଇକୋର୍ଟର ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ଏହା ସହିତ ନାରାୟଣ ସାଇର ପାରୋଲ ଉପରେ ରୋକ ଲଗାଇ ଦେଇଛନ୍ତି ।
ସୂଚନା ଯୋଗ୍ୟ ଆଶାରାମ ବାପୁର ପୁଅ ନାରାୟଣ ସାଇକୁ ଦୁଷ୍କର୍ମ ମାମଲାରେ ସୁରତର ସେଶନ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ନାରାୟଣକୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ସହିତ ୧ ଲକ୍ଷ ଟଙ୍କାର ଜୋରିମାନାରେ ଦଣ୍ଡିତ କରିଥିଲେ । ନାରାୟଣ ସାଇଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପୋଲିସ ତନାଘନା କରିଥିଲା । ଘଟଣାସ୍ଥଳରୁ ନାରାୟଣ ସାଇ ବିରୋଧରେ ପ୍ରମାଣ ମଧ୍ୟ ପୁଲିସର ହସ୍ତଗତ ହୋଇଥିଲା । ଘଟଣାସ୍ଥଳରେ ପ୍ରମାଣର ପଞ୍ଚନାମା କରାଯାଇଥିବା ବେଳେ ସେ ସବୁ ନାରାୟଣ ସାଇ ସପକ୍ଷରେ ଯାଇଥିଲା ।
ତେବେ ପୀଡ଼ିତାଙ୍କ ଭଉଣୀ ଆଶାରାମ ବାପୁଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ନାରାୟଣ ସାଇ ଫେରାର ହୋଇଯାଇଥିଲା । ତେବେ ଫେରାର ହେବାର ଦୁଇ ମାସ ପରେ ନାରାୟଣ ସାଇକୁ ଗିରଫ କରିଥିଲା ପୁଲିସ । ହରିଆଣା ଦିଲ୍ଲୀ ସୀମାରୁ ନାରାୟଣ ସାଇକୁ ସାଧୁ ବେଶରେ ଗିରଫ କରିଥିଲା ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...