କଲମ୍ବୋ: ୨୦୧୯ ମସିହାରେ ଶ୍ରୀଲଙ୍କାକୁ ଦୋହଲାଇ ଦେଇଥିବା ବୋମା ବିସ୍ଫୋରଣ ମାମଲାରେ ଦାଖଲ ହୋଇଛି ମାମଲା । ୨୫ ସନ୍ଦିଗ୍ଧଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଏହି ଅଭିଯୁକ୍ତଙ୍କ ବିରୋଧରେ ମୋଟ ୨୩୨୭୦ଟି ଅଭଯୋଗ ହୋଇଛି । ତେବେ ଏହି ସୂଚନା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ରାଷ୍ଟ୍ରପତି କାର୍ୟ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀ ବିରୋଧୀ କାନୁନ ଆଧାରରେ ଏହି ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ଏଥିରେ ଷଡ଼ଯନ୍ତ୍ର, ଆକ୍ରମଣରେ ସହଯୋଗ କରିବା, ବିସ୍ଫୋରଣ କରିବା ପାଇଁ ଉସୁକାଇବା, ଗୋଳାବାରୁଦ, ହତିଆରକୁ ଏକାଠି କରିବା ଏବଂ ହତ୍ୟା କରିବା ଯୋଜନାରେ ସଂଗୀନ ଅଭିଯୋଗ ହୋଇଛି । ବୟାନରେ କୁହାଯାଇଛି କି ଆଟର୍ଣ୍ଣି ଜେନେରାଲ ମୁଖ୍ୟ ନ୍ୟାୟଧିଶ ମାମଲାର ଶୁଣାଣୀ ପାଇଁ ଉଚ୍ଚ ନ୍ୟାୟଳୟରେ ତିନି ଜଣିଆ ଖଣ୍ଡପୀଠ ଗଠନ କରିବାକୁ ଅନୁରୋଧ କରିଛନ୍ତି । ଫଳରେ ମାମଲାର ଫଳାଫଳ ଶୀଘ୍ର ଆସିପାରିବ ବୋଲି ବୟାନରେ କୁହାଯାଇଛି ।
ସୂଚନାଯୋଗ୍ୟ ୨୧ ଏପ୍ରିଲ, ୨୦୧୯ ମସିହାରେ ଶ୍ରୀଲଙ୍କାର ତିନୋଟି ଚର୍ଚ୍ଚ ଏବଂ ତିନୋଟି ହୋଟେଲକୁ ଟାର୍ଗେଟ କରାଯାଇଥିଲା । ଏହି ସ୍ଥାନରେ ସିରିଏଲ ବୋମା ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣ ପାଇଁ ସ୍ଥାନୀୟ ଦୁଇଟି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲେ । ତେବେ ଉକ୍ତ ଦୁଇଠି ସଂଗଠନ ଇସଲାମିକ ଷ୍ଟେଟ ସହିତ ମିଶି ଏହି ବିସ୍ଫୋରଣ କରିଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା । ଏହି ବିସ୍ଫୋରଣରେ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ମଡତକଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ଥିଲେ ।


