ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ଲିଙ୍ଗରାଜ ମନ୍ଦିରରେ ଆଜି ଏଏସଆଇ ଟିମ ପହଞ୍ଜି ସ୍ଥିତିର ଅନୁଧ୍ୟାନ କରିଛି । ମନ୍ଦିର ସିଂହଦ୍ୱାର କବାଟ ମରାମତି, ଗର୍ଭଗୃହରେ ପାଣି ଗଳିବା ଘଟଣାରେ ଅନୁଧ୍ୟାନ କରିଛନ୍ତି ଟିମ୍ ।
ଅନେକ ସମୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର କବାଟ ମରାମତି ଓ ବର୍ଷା ଦିନେ ଗର୍ଭଗୃହରେ ପାଣି ଗଳୁଥିବା ନେଇ ଅଭିଯୋଗ ଆସୁଥିଲା । ତେବେ ଏନେଇ ଆଜି ଏଏସଆଇର ଏକ ସ୍ୱତନ୍ତ୍ର ଟିମ୍ ମନ୍ଦିରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।
ସିଂହଦ୍ୱାର କବାଟ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏଥିରେ ରୂପା ଟ୍ୟାଗିଙ୍ଗ କରାଯିବା ନେଇ ସେବାୟତ ପ୍ରସ୍ତାବ ରଖିଛନ୍ତି । ଅନୁଧ୍ୟାନ ବେଳେ ଏଏସଆଇ ସୁପରିଟେଣ୍ଡିଙ୍ଗ ଆର୍କିଓଲୋଜିଷ୍ଟଙ୍କ ସହ ବରିଷ୍ଠ ଅଧିକାରୀ, ବିଏସି କମିଶନର ସଞ୍ଜୟ ସିଂ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...