ମୁମ୍ୱାଇ: ଇଣ୍ଡିୟାନ ପ୍ରିମିୟର ଲିଗର ସବୁଠୁ ସଫଳ ଟିମ୍ କହିଲେ ମୁମ୍ୱାଇ ଇଣ୍ଡିଆନ୍ସକୁ ବୁଝାଏ । କାରଣ ଟିମର ଜବରଦସ୍ତ ଫରଫାରମାସ୍ ପାଇଁ ସେ ସବୁରି ପ୍ରିୟ ଟିମ୍ । ହେଲେ ୨୦୨୨ ସିଜିନରେ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ନରେ ୩ ମ୍ୟାଚ ଖେଳି ତିନୋଟି ଯାକ ମ୍ୟାଚ୍ ହାରିଛି ଟିମ୍ ।
ତୃତୀୟ ମୁକାବିଲାରେ ଦଳ କେକେଆରଠାରୁ ଶୋଚନୀୟ ପରାଜୟ ବରଣ କରିଛି । କୋଲକାତା ବିପକ୍ଷରେ ହାରିବା ପରେ ରୋହିତ ଶର୍ମା ନିଜ ଉପରେ କ୍ରୋଧ ସମ୍ୱରଣ କରିପାରିନଥିଲେ । ଯାହା ଏବେ ସୋସିଆଲ ମିଡିଆରେ ବାଇରାଲ ହେବାରେ ଲାଗିଛି । ମ୍ୟାଚ୍ ପରେ ତାଙ୍କୁ ସାମ୍ବାଦିକ ସମ୍ମିଳନୀକୁ ଡାକା ଯାଇଥିଲା । ସେ ଆସିଥିଲେ, କିନ୍ତୁ ଏଥର ହିଟ୍ ମ୍ୟାନ ଅଲଗା ଲୁକରେ ନଜର ଆସିଛନ୍ତି ।
କ୍ୟାମେରା ସାମ୍ନାରେ ହାଜର ହେବା ପରେ ରୋହିତ ନିଜକୁ ଆଡଜଷ୍ଟ କରୁଥିଲେ ଯେତେବେଳେ ଜଣେ ବ୍ୟକ୍ତି ଡାନି ମୋରିସନ୍ ତାଙ୍କୁ ପ୍ରଶ୍ନ ପଚାରିଥିଲେ। ରୋହିତ ବୋଧହୁଏ ତାଙ୍କ ପ୍ରଶ୍ନ ଶୁଣି ପାରିନଥିଲେ । ତାଙ୍କୁ ଜୋରରେ କହିବାକୁ କହିଥିଲେ । ଏହି କଥାଟି କ୍ୟାମେରାରେ କଏଦ ହୋଇଯାଇଥିଲା । ଏଥିରେ ଶୁଣିବାକୁ ମିଳିଥିଲା ଯେ, ରୋହିତ ସମ୍ପୂର୍ଣ୍ଣ ନିରାଶାରେ ଅଛନ୍ତି ।
ଏହି ପ୍ରଶ୍ନ ପଚାରିଥିବା ମୋରିସନ୍ ଏହାକୁ ପସନ୍ଦ କରୁନଥିଲେ ଏବଂ ବିରକ୍ତ ହୋଇଥିଲେ । ଯଦିଓ ସେ ତାଙ୍କ ପ୍ରଶ୍ନର ଉତ୍ତର ଚାହୁଁଥିଲେ, ତେଣୁ ସେ ଶାନ୍ତ ରହିଲେ ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...