ନୂଆଦିଲ୍ଲୀ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଏନକାଉଣ୍ଟର କରିଥିବା ପୁଲିସ ଟିମକୁ କ୍ଲିନ ଚିଟ ଦେଇଛନ୍ତି କୋର୍ଟ । ବିକାରୁ ଘଟଣାର ତଦନ୍ତ ପାଇଁ ଗଠିତ ନ୍ୟାୟିକ ଆୟୋଗ ପୁଲିସ ଟିମକୁ କ୍ଲିନ ଚିଟ ଦେଇଛନ୍ତି । ଏହି ଆୟୋଗର ଅଧ୍ୟକ୍ଷତା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଡା. ବିଏସ ଚୌହାନ କରୁଥିଲେ । ତଦନ୍ତ ସମୟରେ ବିକାଶ ଦୁବେକୁ ସ୍ଥାନୀୟ ପୁଲିସ ଓ ରାଜସ୍ବ ଏବଂ ପ୍ରଶାସନକି ଅଦିକାରୀମାନେ ସୁରକ୍ଷା ଦେଉଥିବା ନେଇ ତଦନ୍ତକାରୀ ଟିମ ଜାଣିବାକୁ ପାଇଥିଲା ।
ତେବେ ଆୟୋଗର କହିବା ମୁତାବକ ଗ୍ୟାଙ୍ଗଷ୍ଟାର ଘରେ ପୁଲିସ ରେଡ ମାରିବା ସମ୍ପର୍କରେ ସ୍ଥାନୀୟ ଚୌବେପୁର ପୁଲିସ ଥାନା ଅବଗତ ଥିଲା। ଉତ୍ତରପ୍ରଦେଶ ସରକାର ଆୟୋଗ ରିପୋର୍ଟ ମୁତାବକ ବିଧାନସଭା ଅଧିବେଶନରେ ଉପସ୍ଥାପନ କରିଥିଲେ । ତଦନ୍ତକାରୀ ଆୟୋଗ ବିକାରୁ ଘଟଣା ମାମଲାରେ ୧୩୨ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହି ରିପୋର୍ଟରେ ପୁଲିସ ଓ ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ରାଜ୍ୟ ସରକାରଙ୍କୁ ୬୬୫ ପୃଷ୍ଠା ସମ୍ବଳିତ ଏକ ଦସ୍ତାବିଜରେ ତଦନ୍ତ ସମ୍ପର୍କୀତ ତଥ୍ୟକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।
ବିକାରୁ ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଶନ ଗଠନ କରାଯାଇଥିଲା। ଏଥିରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଶଶିକାନ୍ତ ଅଗ୍ରୱାଲ ଏବଂ ପୂର୍ବତନ ଡିଜିପି କେ.ଏଲ୍ ଗୁପ୍ତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ୨ ଜୁଲାଇ ୨୦୨୦ ରାତିରେ କାନପୁରର ବିକାରୁ ଗ୍ରାମରେ ଆକ୍ରମଣ କରିବାକୁ ଯାଇଥିବା ୮ ଜଣ ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତଙ୍କ ପୋଲିସ୍ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଏହି ଘଟଣାର ତଦନ୍ତ ପାଇଁ ଆୟୋଗ ଗଠନ କରାଯାଇଥିଲା। ବର୍ତ୍ତମାନ ଏନକାଉଣ୍ଟର ଆୟୋଜନ କରିଥିବା ପୋଲିସ ଦଳକୁ ଅନୁସନ୍ଧାନ ଆୟୋଗ ଏକ ସ୍ୱଚ୍ଛ ସୂଚନା ଦେଇଛନ୍ତି।