Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମହିଳାଙ୍କ ସୁରକ୍ଷାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଏଆଇଏମ୍ଆଇଏମ୍ ମୁଖ୍ୟ ଓଓ୍ବେସି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନିଙ୍କ ରାଜୁତି ଘଟଣାକୁ ନେଇ ବର୍ତ୍ତମାନ ଦେଶରେ ବାକଯୁଦ୍ଧ ଜୋର ଧରିଛି । କିଛି ରାଜନୈତିକ ଦଳ ତାଲିବାନକୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରି ତାଲିବାନୀ ସମର୍ଥକଙ୍କୁ ଘୋର ବିରୋଧ କରିଆସୁଛନ୍ତି। ତେବେ ଏହାରି ମଧ୍ୟରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ଆଫଗାନିସ୍ତାନର ପରିସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଓୱେସି ଗୁରୁବାର ବିଳମ୍ବିତ ରାତିରେ ଏକ କାର‌୍ୟ୍ୟକ୍ରମରେ କହିଛନ୍ତି ଯେ ଆଫଗାନିସ୍ତାନର ମହିଳାମାନଙ୍କ ପାଇଁ ଭାରତ ଅଧିକ ଚିନ୍ତିତ ହୋଇ ପଡ଼ିଛନ୍ତି । କିନ୍ତୁ ଭାରତରେ ମହିଳାମାନେ ଯେ ଅସୁରକ୍ଷିତ ତାହା ଉପରେ କେବେ ଚିନ୍ତା ପ୍ରକଟ କରିନାହାନ୍ତି ।

ଓୱେସି ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ପ୍ରତି ୯ଟି ଝିଅ ପିଲାଙ୍କ ମଧ୍ୟରୁ ଜଣେ ପାଞ୍ଚ ବର୍ଷରୁ କମ୍ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଦେଶରେ ମହିଳାଙ୍କ ପ୍ରତି ଅପରାଧ ଏବଂ ବଳାତ୍କାର ମାମଲା ବୃଦ୍ଧି ପାଇଛି, କିନ୍ତୁ ଆଫଗାନିସ୍ତାନରେ ଫସି ରହିଥିବା ମହିଳାଙ୍କ ବିଷୟରେ ଆମେ ଅଧିକ ଚିନ୍ତିତ। ଆଫଗାନିସ୍ତାନରେ ମହିଳାଙ୍କ ସହ କ’ଣ ଘଟୁଛି ସେଥିପାଇଁ ସରକାର ଚିନ୍ତିତ ବୋଲି ସେ କହିଛନ୍ତି। ଏଠାରେ କଣ ସେହିଭଳି ଘଟୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ସହିତ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ୍ ଓୱାଇସି କହିଛନ୍ତି ଯେ ତାଲିବାନର ଆଫଗାନିସ୍ତାନକୁ କବଜା କରି ପାକିସ୍ତାନ ଅଧିକ ଲାଭ କରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଅଲ କାଏଦା ଏବଂ ଅନ୍ୟ ଆତଙ୍କବାଦୀମାନେ ଆଫଗାନିସ୍ତାନର କିଛି ଅଞ୍ଚଳରେ ପହଞ୍ଚିଛନ୍ତି। ଆତଙ୍କବାଦୀ ସଂଗଠନ ଆଇଏସଆଇ ହେଉଛି ଭାରତର ଶତ୍ରୁ । ସେ ଆହୁରି କହିଛନ୍ତି ଯେ ଆଇଏସଆଇ ତାଲିବାନକୁ ନିୟନ୍ତ୍ରଣ କରେ ଏବଂ ଏହାକୁ ଏକ କାଠ କଣ୍ଡେଇ ରୂପେ ବ୍ୟବହାର କରେ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top