ଭୁବନେଶ୍ବର,(ଓଡ଼ିଶା ୱେୟାର) : ନଦୀ ମଝିରୁ ଯୁବତୀ ଉଦ୍ଧାର। ନଦୀ ମଝିରେ ୨ ଘଣ୍ଟା ଫସି ରହିଥିବା ଯୁବତୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ସମ୍ବଲପୁର ମହାନଦୀର ସମଲେଇ ଘାଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯୁବତୀ ଜଣକ ହେଉଛନ୍ତି ଅତାବିରା ରେଙ୍ଗାଲି କେମ୍ପର ପ୍ରଭାତୀ ସେଠ। ସେ ସମ୍ବଲପୁରରେ ରହି କୋଚିଂ ନେଉଥିଲେ। ସେ ନଦୀକୁ ଗାଧୋଇ ଯାଇଥିବା ସମୟରେ ନଈ ସ୍ରୋତରେ ଭାସି ଯାଇଥିବା ସନ୍ଦେହ କରାଯାଉଛି।
ମଝି ନଈରେ ଥିବା ପଥରରେ ଗୋଡ଼ ଫସି ଯିବାରୁ ଆଉ ସେ ଆଗକୁ ଆଉ ଯାଇପାରିନଥିଲେ। ମଝିରେ ଫସି ରହି ଚିତ୍କାର କରୁଥିବା ସମୟରେ ସ୍ଥାନିୟ ଲୋକ ପୋଲିସ ଓ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହୀନି ପହଂଚି ଯୁବତୀଙ୍କୁ ଉଦ୍ଧାର କରି ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...