ରାଜ୍ୟ

ଓଏଏସ୍ ସଂଘ ନିର୍ବାଚନ : ସରୋଜ ସାମଲ ଓ ଜ୍ୟୋତି ମିଶ୍ର ପୁଣି ଜିତିଲେ

Posted on

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ସଂଘ ନିର୍ବାଚନରେ ସରୋଜ କୁମାର ସାମଲ ଓ ଜ୍ୟୋତିରଞ୍ଜନ ମିଶ୍ର ପୁନର୍ବାର ଯଥାକ୍ରମେ ସଭାପତି ଓ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଓଏଏସ୍ ସଂଘ ପରିଚାଳନା ପରିଷଦ ପାଇଁ ଆଜି ଭୋଟ୍ଗ୍ରହଣ ଅନୁଷ୍ଠିତ ହୋଇଥିଲା ।
ସଂଘର ଦ୍ୱିବାର୍ଷିକ ନିର୍ବାଚନରେ ସଭାପତି ପଦ ପ୍ରାର୍ଥୀ ବିଶ୍ୱଜିତ୍ ଦାସଙ୍କୁ ବହୁ ଭୋଟ୍ ବ୍ୟବଧାନରେ ଶ୍ରୀ ସାମଲ ପରାସ୍ତ କରିଥିଲେ । ମୋଟ ୪୭୦ ଭୋଟ୍ ମଧ୍ୟରୁ ଶ୍ରୀ ସାମଲଙ୍କ ସପକ୍ଷରେ ୪୦୧ଟି ଭୋଟ୍ ଯାଇଥିଲା । ଦ୍ୱିତୀୟ ଥର ପାଇଁ ଶ୍ରୀ ସାମଲ ଓଏଏସ୍ ସଂଘ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ଭାବେ ଶ୍ରୀ ମିଶ୍ର ତୃତୀୟ ଥର ନିର୍ବାଚିତ ହୋଇଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଧୁସୂଦନ ଦାସଙ୍କୁ ମାତ୍ର ୧୬୬ଟି ଭୋଟ୍ ମିଳିଥିଲା । ଅନ୍ୟପକ୍ଷରେ ଉପସଭାପତି ଭାବେ ବିଜୟ କୁମାର ସ୍ୱାଇଁ ଓ ଯୁଗ୍ମ ସମ୍ପାଦକ(ରିସର୍ଚ୍ଚ ଓ ପ୍ଲବିକେସନ୍) ଭାବେ ଆଶୀଷ କୁମାର ଜେନା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଶୁଭ୍ରାଂଶୁ ମିଶ୍ର, ଯୁଗ୍ମ ସମ୍ପାଦକ(ଡେଭଲପ୍ମେଣ୍ଟ) ମନୋଜ ମିଶ୍ର, ଯୁଗ୍ମ ସମ୍ପାଦକ(ଅର୍ଥ) ଶାନ୍ତ୍ୱନୁ ମହାନ୍ତି, ଯୁଗ୍ମ ସମ୍ପାଦକ(କୋଡ) ଅନୀତା ପଣ୍ଡା, ଯୁଗ୍ମ ସମ୍ପାଦକ(ଲାଇବ୍ରେରୀ) ବିନୋଦ ଜେନା ନିର୍ବାଚିତ ହୋଇଛନ୍ତି । ଅମ୍ବିକା ଦାଶ ଓଏଏସ୍ ସଂଘ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ପ୍ରତି ଦୁଇବର୍ଷରେ ଥରେ ଓଏଏସ୍ ସଂଘ ପରିଚାଳନା ପରିଷଦର ପଦାଧିକାରୀ ପଦବୀ ନିମନ୍ତେ ନିର୍ବାଚନ ହୋଇଥାଏ ।

Leave a Reply

Your email address will not be published. Required fields are marked *

Most Popular

Exit mobile version