Latest

ଦୁଇ ମହିଳାଙ୍କୁ ଅସଦାଚରଣ ଘଟଣାରେ ଏସିବିରୁ ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ

Posted on

ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ବହିଷ୍କୃତ । କଲେଜ କାଉନସିଲ ବୈଠକରେ ନିଷ୍ପତ୍ତି ପରେ ବହିଷ୍କୃତ ହୋଇଥିବା ସୂଚନା । ୩ ଜଣିଆ ତଦନ୍ତ କମିଟିର ରିପୋର୍ଟ ପରେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ବହିଷ୍କୃତ କରାଯାଇଥିବା ସୂଚନା ଦେଲେ ଏସ୍‌‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର ।ସୂଚନା ମୁତାବକ; ଏସ୍‌‌ସିବି ଇକୋ’ ପରୀକ୍ଷା କରିବାକୁ କହି ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଗତ ୧୧ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। କଟକ କମିସନରେଟ ପୁଲିସ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version