ରାଜ୍ୟ

ବମିଖାଲ ଓଭରବ୍ରିଜ୍ ଅଘଟଣ :ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଦାୟୀ

Posted on

ଭୁବନେଶ୍ୱର : ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ। ଦୁର୍ଘଟଣାର ତଦନ୍ତ କମିଟି ରିପୋର୍ଟ ପାଇବା ପରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସଚିବ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ସଂପୃକ୍ତ ଠିକା ସଂସ୍ଥା ସୁରକ୍ଷା ନେଇ ବିଶେଷ ଯତ୍ନବାନ ନଥିଲା। ବ୍ରିଜ୍‌ରେ ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କଥା, ତାହା ହୋଇନଥିଲା। କାମରେ ନିୟୋଜିତ ଶ୍ରମିକମାନେ ବି କୁଶଳୀ ଶ୍ରମିକ ନଥିଲେ। ଏବେ ବାକି ରହିଥିବା କାମକୁ ରାଜ୍ୟ ସରକାର ନିଜେ କରିବେ।” ସୂଚନାଯୋଗ୍ୟ, ୭ ଦିନ ତଳେ ବମିଖାଲର ନିର୍ମାଣାଧୀନ ଓଭରବ୍ରିଜ୍‌ରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ନିର୍ମାଣାଧୀନ ଓଭରବ୍ରିଜ୍‌ରେ ଏହାଥିଲା ଦ୍ୱିତୀୟ ଅଘଟଣା। ଏହାପୂର୍ବରୁ ଗତବର୍ଷ ସେପ୍ଟେମ୍ୱର ୧୦ ତାରିଖରେ ବ୍ରିଜ୍‌ର ଏକଅଂଶ ଭୁଶୁଡ଼ିବାରୁ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version