Latest

ବିଧାନସଭାରେ ସଂରକ୍ଷଣ ସଙ୍କଳ୍ପ ପାରିତ ଇଞ୍ଜିନିୟରିଂ ଓ ଡାକ୍ତରୀ ପଢ଼ିବା ପାଇଁ ୧୫% ସଂରକ୍ଷଣ ଦିଆଯିବ

Posted on

ଭୁବନେଶ୍ୱର- ଓଡ଼ିଶା ୱେୟାର:ଡାକ୍ତରୀ ଓ ଇଂଜିନିଅରିଂ ଶିକ୍ଷା କ୍ଷେତ୍ରରେ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ସରକାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିଅରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ହାଇ ପାଓ୍ୱାର କମିଟିର ସୁପାରିସ ଅନୁସାରେ ବିଧାନସଭାରେ ସଂକଳ୍ପ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସଂକଳ୍ପ ବିଧାନସଭାରେ ଆଗତ କରିଥିଲେ।

କିଛି ମାସ ପୂର୍ବରୁ ଏନେଇ ରାଜ୍ୟ ସରକାର ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବର ସମୀକ୍ଷା ପାଇଁ ହାଇପାଓ୍ୱାର କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁସାରେ ଏନେଇ ସଂକଳ୍ପ ଅଣାଯାଇଥିଲା। ବିଧାନସଭାରେ ଏହା ପାରିତ ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version