Latest

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ : ଇତିହାସ ରଚିଲା ନ୍ୟୁଜିଲାଣ୍ଡ

Posted on

ଭାରତ ମାଟିରେ ଇତିହାସ ସୃଷ୍ଟି କରିଛି କିୱି ଟିମ୍ । ମୁମ୍ବାଇ ୱାଙ୍ଖଡେରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଶେଷ ମ୍ୟାଚ ରେ ନ୍ୟୁଜିଲାଣ୍ଡ ୨୫ ରନରେ ଜିତିବା ସହ ସିରିଜକୁ କ୍ଲିନ ସ୍ବିପ କରିଛି ନ୍ୟୁଜିଲାଣ୍ଡ ।ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ମାଟିରେ କ୍ଲିନ୍ ସ୍ୱିପ୍ କରିବାରେ ବିଶ୍ୱର ପ୍ରଥମ ଦଳ ହୋଇପାରିଛି। ଏହି ମ୍ୟାଚ୍ରେ କିୱି ଟିମ୍ ଦ୍ୱିତୀୟ ଇନିଂସରେ ୧୭୪ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୪୭ ରନ୍ ରହିଥିଲା।ମାତ୍ର ଭାରତୀୟ ଦଳ ୨୯.୧ ଓଭରରେ ୧୨୧ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା।

ଭାରତର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ନୌରାଶ୍ୟ ଜନକ ହୋଇଥିଲା।ରୋହିତ ୧୧ ରନ୍ କରି ପାଭିଲିୟନ ଫେରିଥିଲେ। ସେ ମ୍ୟାଟ ହେନେରିଙ୍କ ବୋଲିଂରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ବିରାଟ ୧ ରନ୍ରେ ଅଜାଜ ପଟେଲଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ।ଏହି ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେବା ଲକ୍ଷ୍ଯରେ ଋଷଭ ପନ୍ତ ଖେଳିଥିଲେ ମଧ୍ଯ ୬୪ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଜଶସ୍ବୀ ଜୟସ୍ବାଲ ୫ ରନ୍ , ୱାଶିଂଟନ ସୁନ୍ଦର ୧୨ ରନ୍ କରିଥିଲେ। ଶୁବମନ ଗିଲ୍ ୧ ରନ୍, ସରଫରାଜ ଖାନ୍ ୧ ରନ୍, ରବିନ୍ଦ୍ର ଜାଡ଼େଜା ୬ ରନ, ରବିଚନ୍ଦ୍ରନ ଅଶ୍ବିନୀ ୮ ରନ୍ରିଥିବାବେଳେ ଆକାଶଦୀପ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। ତେବେ ଏହି ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version