Latest

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟିନ; ମାଡ଼ ଖାଇଲେ ଅଙ୍ଗନବାଡି କର୍ମୀ

Posted on

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ଅଙ୍ଗନବାଡି କର୍ମୀ ମାଡ଼ ଖାଇଛନ୍ତି । ଭୁଲବଶତଃ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ଫର୍ମ ଦେଇଥିଲେ। ପରେ ସୁଭଦ୍ରା ଫର୍ମ ଫେରାଇ ନେବାକୁ ନେଇ ଗଣ୍ଡଗୋଳ ହେବା ସହ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ରହ୍ମଟିକିରି ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି ଏଭଳି ଘଟଣା ସାମ୍ନାକୁ ଆସିଛି ।ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଏବେ ଯୋଜନା ପାଇଁ ଆବେଦନ ଚାଲିଛି। ଏଥିପାଇଁ ବୟସସୀମା ୨୧ରୁ ୬୦ ବର୍ଷ ରହିଛି। ଅନେକ ସ୍ଥାନରେ ଫର୍ମ ପ୍ରଦାନ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version