Latest

ଆଇପିଏଲ ୨୦୧୧: ରାତି ୮ଟା ପରେ ସବୁଦଳକୁ ପ୍ରାଟିକ୍ସ ପାଇଁ ଅନୁମତି

Posted on

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ କରୋନାରେ ଅଧିକ ପ୍ରଭାବିତ ହୋଇଛି। ଆଗକୁ ରାଜ୍ୟର ରାଜଧାନୀରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ଆଇପିଏଲ୍ ମ୍ୟାଚ୍ ପାଇଁ ରାଜ୍ୟ ସରକାର କ୍ଲିନ୍ ଚିଟ୍ ଦେଇ ସାରିଛନ୍ତି। ଏପରିକି ରାଜ୍ୟରେ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ସବୁ ଆଇପିଏଲ୍ ଟିମ୍ ଗୁଡ଼ିକୁ ରାତିରେ ଅଭ୍ୟାସ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ମୁମ୍ବାଇରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର ରବିବାର ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ରାତି ୮ଟାରୁ ସକାଳ ୭ଟା ପର‌୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ଆଜିଠାରୁ ପାଳନ କରାଯାଉଛି। ଯେହେତୁ ରାଜ୍ୟରେ ଆଜିଠାରୁ କର୍ଫ୍ୟୁ ଜାରି ହୋଇଛି, ତେଣୁ ରାତିରେ ଟିମ୍ ଗୁଡ଼ିକ ଅଭ୍ୟାସ କରିପାରିବେ କି ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଆଇପିଏଲ୍ ପାଇଁ ନେଇ ରାଜ୍ୟ ସରକାର କିଛି କଟକଣା କୋହଳ କରିଛନ୍ତି। ରାଜ୍ୟ ସରକାର ଆଇପିଏଲ୍ ଟିମକୁ ଜୈବ ସୁରକ୍ଷା (ବାୟୋ ବବଲ୍)ର କଡ଼ା ଅନୁପାଳନ ପୂର୍ବକ ରାତି ୮ଟା ପରେ ବି ପ୍ରାକ୍ଟିସ୍ କରିବାକୁ ଅନୁମତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version