Latest
ଆଉ ଗୋଟେ ଦିନ ସାରା ରାଜ୍ୟରେ ସକାଳୁଆ ସ୍କୁଲ
ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ପାଇଁ ସକାଳୁଆ ସ୍କୁଲ କରିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ସୂଚନା ମୁତାବକ ଆଉ ଗୋଟେ ଦିନ ଅଥାତ୍ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ୨୨ତାରିଖଠାରୁ ସମସ୍ତ ବିଦ୍ୟାଳୟ ସ୍ବାଭାବିକ ଭାବେ ପରିଚାଳନା କରାଯିବ ।
ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି, ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ।