Latest

ଆଜି ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ

Posted on

ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଅନେକ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ । ଆଜି ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଛି ଭୋଟ। ମୋଟ ୫୭ଟି ଆସନରେ ୯୦୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ସଢ଼େ ୬ଟାରୁ ଚାଲିଛି ମତଦାନ।

ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହେଉଛି। ସେହିପରି ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ମଧ୍ୟ ଚାଲିଛି ଭୋଟିଂ।

୧୦.୦୬ ‌କୋଟିରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ୧.୦୯ ଲକ୍ଷ ଭୋଟିଂ ବୁଥ୍‌ରେ ମୋଟ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଭୋଟରଙ୍କ ମଧ୍ୟରେ ୫.୪୨ କୋଟି ପୁରୁଷ ଥିବାବେଳେ ୪.୮୨ କୋଟି ମହିଳା ଏବଂ ୩୫୭୪ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି।

ସୂଚନାଥାଉ ଯେ, ତୃତୀୟ ଥର ପାଇଁ ବାରଣାସୀ ଆସନରୁ ଲୋକସଭା ନିର୍ବାଚନ ଲଢୁଛନ୍ତି ନରେନ୍ଦ୍ର ମୋଦୀ । ଗତ ଦୁଇଟି ନିର୍ବାଚନରେ ଏହି ଆସନରେ ବଡ ବିଜୟ ହାସଲ କରିଥିଲେ ପ୍ରଧାନମନ୍ତ୍ରୀ । ଏଥର ମଧ୍ୟ ସେ ଏହି ଆସନରୁ ସେ ତୃତୀୟ ଥର ପାଇଁ ବିଜୟ ନେଇ ଆଶାବାଦୀ । ଏଥର ମଧ୍ୟ ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି କଂଗ୍ରେସର ଉତ୍ତରପ୍ରଦେଶ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ।

Leave a Reply

Your email address will not be published. Required fields are marked *

Most Popular

Exit mobile version