Latest

ଆଜି ବସିବ ରଥଯାତ୍ରାର ଶେଷ ସମନ୍ବୟ ବୈଠକ

Posted on

ରଥଯାତ୍ରା କିଭଳି ଶୃଙ୍ଖଳିତ ଓ ସମୟ ଅନୁସାରେ ଶେଷ ହେବ ତାହାକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଆଜି ବସିବ ରଥଯାତ୍ରାର ତୃତୀୟ ବା ଶେଷ ସମନ୍ବୟ ବୈଠକ । ଜୁଲାଇ ୭ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆଜି ଦିନ ୧୧ଟା ୧୫ରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ଶେଷ ରଥ ସମନ୍ୱୟ କମିଟି ବୈଠକ । ଗତ ବୁଧବାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଆଇନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।ଆଜି ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧକ୍ଷତା କରିବାକୁ ଥିବାବେଳେ ବିଭିନ୍ନ ବିଭାଗର ମନ୍ତ୍ରୀ,ଜିଲ୍ଲାର ସମସ୍ତ ବିଧାୟକ,ଉପମୁଖ୍ୟମନ୍ତ୍ରୀ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଜିଲ୍ଲାପାଳ,ଏସପି ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ।

ଅନ୍ୟପଟେ ରଥଯାତ୍ରା ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏସ୍‌ପିଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ସମାପନ କରିବା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍‌, ରଥ ଟଣା, ପାର୍କିଂ, ଯାତାୟତ ସହ ବିଭିନ୍ନ ଦିଗଉପରେ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version