Latest

ଆଜି ହେବ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ

Posted on

ଆଜି ଲୋକସଭା ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଦେଶର ଇତିହାସରେ ଆଜି ତୃତୀୟଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ମୁହାଁମୁହିଁ ହେବେ ଓମ୍ ବିର୍ଲା ଏବଂ କେ.ସୁରେଶ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାବେଳେ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି ଇଣ୍ଡି ମେଣ୍ଟ । ପୂର୍ବରୁ ୧୯୫୨, ୧୯୬୮ ଏବଂ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶଦ୍ଦୀ ପରେ ପୁଣିଥରେ ଲୋକସଭା ଦେଖିବ ବାଚସ୍ପତି ନିର୍ବାଚନ। ପରମ୍ପରା ଅନୁସାରେ ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ସହମତି ଆଧାରରେ ନିର୍ବାଚିତ ହୋଇଥାନ୍ତି। ଏଥର କିନ୍ତୁ ଏଥିରେ ବ୍ରତିକ୍ରମ ଦେଖିବାକୁ ମିଳିଛି।ଉଭୟ ପ୍ରାର୍ଥୀ ନାମାଙ୍କନ ଗତକାଲି ଭରିଥିବା ବେଳେ ଆଜି ଦିନ ୧୧ଟାରେ ହେବ ନିର୍ବାଚନ । ସମସ୍ତ ସାଂସଦଙ୍କ ଭୋଟ୍ ଆଧାରରେ ନିର୍ବାଚିତ ହେବେ ବାଚସ୍ପତି।ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି।

ଲଗାତାର ତୃତୀୟଥର ପାଇଁ ନିର୍ବାଚନ ଜିତି ସଂସଦକୁ ଆସିଛନ୍ତି। ସପ୍ତଦଶ ଲୋକସଭାର ସେ ଥିଲେ ବାଚସ୍ପତି।ସେପଟେ ୮ ଥରର ସାଂସଦ କେ. ସୁରେଶ ଲୋକସଭାରେ ସବୁଠାରୁ ବରିଷ୍ଠ ସଦସ୍ୟ। ସେ କେରଳର ମାଭେଲିକାରା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। କେରଳ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଓ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସଚେତକ ଅଛନ୍ତି ସୁରେଶ ।

Leave a Reply

Your email address will not be published. Required fields are marked *

Most Popular

Exit mobile version