Latest

ଆଜି ୨ୟ ଦିନରେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Posted on

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ନିରୀକ୍ଷଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଆକାଶ ମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି। ସୋମବାର ମୟୂରଭଞ୍ଜ, କେନ୍ଦ୍ରାପଡ଼ା,ବାଲେଶ୍ୱର ଓ ଭଦ୍ରକଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତାଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହି ସମୀକ୍ଷା କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ସୋମବାର ସନ୍ଧ୍ୟା ୬ଟାରେ ରାଜୀବ ଭବନ ସ୍ଥିତ ଏସଆରସି ଅଫିସରେ ସମୀକ୍ଷା ବୈଠକ କରିବେ। ରବିବାର ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସହିତ ରାଜନଗର, ମହାକାଳପଡା, ରାଜକନିକା ଓ ପାରାଦୀପ ପ୍ରଭୃତି ସ୍ଥାନରେ ବିପର୍ଯ୍ୟୟର ଅନୁଧ୍ୟାନ କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version