Latest

ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଶହ ଶହ ଆଶାୟୀ ପରୀକ୍ଷାର୍ଥୀ

Posted on

ଆରଆଇ ଏବଂ ଅମୀନ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନ ସମ୍ମୁଖରେ ପହଞ୍ଚିଛନ୍ତି ଶହ ଶହ ଆଶାୟୀ ପରୀକ୍ଷାର୍ଥୀ । ଅନଲାଇନ୍ ପରୀକ୍ଷା ବଦଳରେ ଅଫଲାଇନ୍ ପରୀକ୍ଷା କରିବାକୁ ଆଶାୟୀ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଶହ ଶହ ସଂଖ୍ୟାରେ ଆରଆଇ ଏବଂ ଅମୀନ ଆଶାୟୀମାନେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବାକୁ ଶୋଭାଯାତ୍ରା ମଧ୍ୟ କରିଛନ୍ତି ।

ସୂଚନା ମୁତାବକ; ଚଳିତ ବର୍ଷ ହେଉଥିବା ଆରଆଇ ଏବଂ ଅମୀନ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆସିଥିଲା । ଭୁବନେଶ୍ୱରରେ ସାଇବର କାଫେରେ ପରୀକ୍ଷା ନେଇ ନିକଟରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ରାଜ୍ୟର ଅନେକ ସ୍ଥାନରୁ ଏପରି ବିଭ୍ରାଟ ନେଇ ଖବର ଆସିଛି। ଏହାକୁ ନେଇ ତାତିଛନ୍ତି ଚାକିରି ଆଶାୟୀ। ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଓଏସଏସସି ଖେଳ ଖେଳୁଥିବା ଆଶାୟୀ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ନେଇ ପରୀକ୍ଷାର୍ଥୀମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଏହା ସହିତ ଅନଲାଇନ ପରୀକ୍ଷାରେ ଅନିୟମିତତା ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ତେଣୁ ଅଫଲାଇନରେ ପରୀକ୍ଷା କରିବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ଭିଡ଼ ଜମାଇଛନ୍ତି ଆଶାୟୀ ।ଅନ୍ୟପକ୍ଷରେ କଟକରେ ମଧ୍ୟ ଆରଆଇ ଓ ଅମିନ ପରୀକ୍ଷାରେ ଅନୟମିତତା ଅଭିଯୋଗ ହୋଇଛି । ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ କରିଛନ୍ତି ଚାକିରି ଆଶାୟୀ। ନେତାଜୀ ବସ୍ ଟର୍ମିନାଲରୁ ଜିଲ୍ଲାପାଳଙ୍କ ଅଫିସ ଯାଏ ରାଲି କରି ଗର୍ଜନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version