Latest

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅଲିମ୍ପିକ୍‌ସରେ ବ୍ରୋଞ୍ଚ ପଦକ ବିଜେତା ଭାରତୀୟ ହକି ଟିମ୍‌

Posted on

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍‌। କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଟିମ୍‌କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଆସନ୍ତା କାଲି ଅପରାହ୍ନରେ ଭାରତୀୟ ପୁରୁଷ ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।ସୂଚନା ମୁତାବକ; ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିଛି ଓଡ଼ିଶା । ଚାଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ହକି ଟିମ୍ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି । ଆସନ୍ତାକାଲି ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରବର୍ତ୍ତୀ ସମୟରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ବର୍ଦ୍ଧନା ସହ ରାଜ୍ୟ ସରକାର ଘୋଷଣା କରିଥିବା ପୁରସ୍କାର ରାଶି ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version