Latest

ଆସନ୍ତା ୧୮ ତାରିଖରେ ଖୋଲିବ ରତ୍ନଭଣ୍ଡାର

Posted on

ଆସନ୍ତା ୧୮ ତାରିଖ ଗୁରୁବାର ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ଜଷ୍ଟିସ ରଥଙ୍କ ସୂଚନା। ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ। ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ।

ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତର ହେବ।ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି। ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍‌ କରାଯିବ। ତାଲାକୁ ଜଉମୁଦ ସିଲ୍‌ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version