Latest
ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଗସ୍ତ ବେଳେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ । ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଗସ୍ତ ବେଳେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସଂପର୍କରେ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।ମନ୍ତ୍ରୀ କହିଛନ୍ତି ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ସେଠି ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ଇଛା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନର ବ୍ୟବସ୍ଥା ରହିଛି । ଏହାଦ୍ବାରା ଲୋକେ ସହଜରେ ଅଭିଯୋଗ ପତ୍ର ଦାଖଲ କରିପାରିବେ ଏବଂ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ।