Latest

ଏମ୍‌କେସିଜିରେ ଡିପ୍‌ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ

Posted on

ଡିପ୍‌ଥେରିଆ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଦେଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍‌ଥେରିଆ ରୋଗୀଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି ଜଣାଯାଇଛି। ପୂର୍ବରୁ ସାରା ରାଜ୍ୟରେ ୫ ଜଣଙ୍କର ଡିପଥେରିଆରେ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଅଞ୍ଚଳର ଏହି ବାଳକ ଜଣଙ୍କ ୧୬ ତାରିଖରେ ଏମ୍‌କେସିଜିର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲା। ତାଙ୍କୁ ସଂଘରୋଧ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ଶିଶୁ ବିଭାଗର ଏଚ୍‌ଡିୟୁ (ହାଇ ଡିପେଡେନ୍ସି ୟୁନିଟ୍‌)କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମେଡିକାଲରେ ଡିପଥେରିଆ ରେ ୪ ଜଣ ଚିକିତ୍ସିତ ହେଉଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଶେଷରେ ସେ ଆଖି ବୁଜିଥିବା ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ସୂଚନା ଦେଇଛନ୍ତି।ପୂର୍ବରୁ ୧୩ ତାରିଖରେ ରାୟଗଡାର ଜଣେ ୧୨ ବର୍ଷୀୟ ଶିଶୁକନ୍ୟାର ଏମ୍‌କେସିଜିରେ ମୃତ୍ୟୁ ଘଟିଥିଲା।

ବର୍ତ୍ତମାନ ଏମ୍‌କେସିଜିରେ ଡିପ୍‌ଥେରିଆରେ ଆକ୍ରାନ୍ତ ଏହି ୨ ଜିଲ୍ଲାର ଅନ୍ୟ ୩ ଜଣ ଶିଶୁଙ୍କର ଚିକିତ୍ସା ଜାରି ରହିଛି।ରାଜ୍ୟରେ ଏବେ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି। ସେ କହିଛନ୍ତି, ନୂଆ କେସ୍‌ ଆସିନି। ସେହି ୨୧ଜଣ ଏବେ ଯାଏ ସଂକ୍ରମିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version