Latest

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ଶିକ୍ଷକ ସସ୍‌ପେଣ୍ଡ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିଅଯାଇଛି ବଡ଼ କାର‌୍ୟ୍ୟାନୁଷ୍ଠାନ। ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଅବହେଳା ଦର୍ଶାଇ ଦେବଗଡ଼ ଊଋଙ ଏହି କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି। ଗତ ୯ ତାରିଖରେ ଓଟିଇଟି ପରୀକ୍ଷା ଚାଲୁଥିବା ବେଳେ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏହାସହ ଜଣେ ପ୍ରରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ର ଉତ୍ତୋଳନ ହୋଇଥିବା ମୋବାଇଲ୍ ଜବତ କରାଯାଇଥିଲା।

ଏହାର ତଦନ୍ତ କରାଯାଇ ଓଟିଇଟି ପରୀକ୍ଷା ହଲର ସେହି କୋଠରୀରେ ଦାୟିତ୍ୱରେ ଥିବା ସୁନାମୁଣ୍ଡା ବିଦ୍ୟାଳୟର ଶିକ୍ଷକ ବିଶ୍ୱନାଥ କିଷାନ, ପରୀକ୍ଷା ହଲର ଗେଟ୍ ଚେକିଂ ଦାୟିତ୍ୱରେ ଥିବା ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ବେହେରା ଓ ଶିକ୍ଷକ ସୁଶାନ୍ତ ରାୟଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ନିଲମ୍ବିତ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version