Latest

ଓଡ଼ିଶାରୁ ଚାଲିଯିବ ଜେଏସଡବ୍ଲୁ ପ୍ଲାଣ୍ଟ !

Posted on

ଓଡ଼ିଶାରୁ ଚାଲିଯାଇପାରେ ରାଷ୍ଟ୍ରୀୟ କମ୍ପାନୀ ଜେଏସଡବ୍ଲୁ । ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ହେଉଥିବାର ସୂଚନା ମିଳିଛି। ଓଡିଶାରେ ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ଏକ ଇଲେଟ୍ରିକ ଭେଇକଲ ଏବଂ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରିଥାଆନ୍ତା। ହେଲେ କୌଣସି କାରଣ ପାଇଁ ଏହି କଂପାନୀ ଓଡିଶା ଛାଡିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।୭ ମାସ ତଳେ ଅଥାତ ଗତ ଫେବୃୟାରୀ ମାସରେ ଓଡ଼ିଶାରେ ବିଜେଡି ସରକାର ଥିବା ବେଳେ ୪୦ ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲା ଜେଏସଡବ୍ଲୁ ।

ଏବେ କଂପାନୀ ଏହି ପ୍ରକଳ୍ପକୁ ମହାରାଷ୍ଟ୍ର ସ୍ଥାନାନ୍ତର କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ସଂପର୍କରେ ଜେଏସଡବ୍ଲୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।ଅନ୍ୟପଟେ ଜେଏସଡବ୍ଲୁ ଓଡ଼ିଶା ଛାଡ଼ିବା ଚର୍ଚ୍ଚା ଉପରେ ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଜେଏସଡବ୍ଲୁ ଓଡ଼ିଶା ଛାଡ଼ିବା ନେଇ କିଛି ଫାଇନାଲ ହୋଇ ନାହିଁ ।ଜେଏସଡବ୍ଲୁ ସହ ଆଲୋଚନା ଚାଲିଛି, ନିର୍ଣ୍ଣୟ ଆସିଲେ ଜଣାପଡ଼ିବ । ଜେଏସଡବ୍ଲୁ ଇଭି ପ୍ଲାଣ୍ଟ ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି ।ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୂର୍ବ ସରକାରରେ କଣ ହୋଇଛି ଆମେ କଥାବାର୍ତ୍ତା କରିବୁ । ସିଫ୍ଟ ହେବା ନେଇ ଫାଇନାଲ ହୋଇନି କି ଆମକୁ କିଛି ସୂଚନା ମିଳି ନାହିଁ ।

Leave a Reply

Your email address will not be published. Required fields are marked *

Most Popular

Exit mobile version