Latest
କଂଗ୍ରେସରେ ମିଶିଲେ ଆପ୍ ବିଧାୟକ ରାଜେନ୍ଦ୍ର ପାଲ ଗୌତମ
ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଏବଂ କଂଗ୍ରେସ ନେତା ପୱନ ଖେଡା ଉପସ୍ଥିତ ଥିଲେ।ଯୋଗଦେବା ପରେ ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଘୃଣା ବଜାରରେ ପ୍ରେମ ବିକ୍ରୟ କରିବାର ସ୍ଲୋଗାନ ହୃଦୟକୁ ସ୍ପର୍ଶ କରିଛି। ସାମାଜିକ ନ୍ୟାୟ ପାଇଁ ସଂଗ୍ରାମକୁ ଆଗେଇ ନେବା ପାଇଁ ମୁଁ କଂଗ୍ରେସରେ ଯୋଗ ଦେଉଛି ।
ସୂଚନଯୋଗ୍ୟ; ପେଶାରେ ଜଣେ ଆଇନଜୀବୀ ଭାବେ ପରିଚିତ ଗୌତମ ୨୦୧୪ରେ ଆପ୍ରେ ମିଶିଥିଲେ। ୨୦୨୦ ବିଧାନସଭା ନିର୍ବାଚନରେ ସେ ସୀମାପୁରୀ ଆସନରୁ ଜିତିଥିଲେ। ସେ ଦଳିତ ଅଧିକାର ପାଇଁ ସବୁବେଳେ ଲଢ଼େଇ କରି ଆସିଛନ୍ତି। ସେ ଆପ୍ ସରକାରରେ ଏକାଦା ସାମାଜିକ କଲ୍ୟାଣ, ଏସ୍ସି/ଏସ୍ଟି, ଜଳ ଓ ସମବାୟ ବିଭାଗର ମନ୍ତ୍ରୀ ଥିଲେ।