Latest

କଂଗ୍ରେସର ହାତ ଛାଡିଲେ ସ୍ମୃତିରେଖା

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପହି କହିଛନ୍ତି ଯେ, କଂଗ୍ରେସ ସଂଗଠନ ରାଜ୍ୟରେ ନିମ୍ନଗାମୀ ହେଉଥିବାବେଳେ ଜଣେ ମହିଳା ହୋଇ ସେ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ିବାକୁ ସାହାସ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସର ଉଚ୍ଚାରଣ ଓ ଆଚରଣ ତାଙ୍କୁ ବ୍ୟଥିତ କରିଥିଲା। ଧର୍ମଶାଳା ନିର୍ବାଚନମଣ୍ଡଳୀର କେତେକ ପ୍ରମୁଖ ବିବାଦୀୟ ଘଟଣା ଯଥା ସ୍ମିତାରାଣୀ ହତ୍ୟାକାଣ୍ଡ ଓ ମାମୁଭଣଜା କୃତ୍ରିମ ଘାଇ ହେବା ଓ ବେଆଇନ ଖଣି ଖନନ ମାମଲାରେ ସେ ସ୍ୱର ଉଠାଉଥିବାବେଳେ କଂଗ୍ରେସ ତାଙ୍କୁ ସହଯୋଗ କଲାନି। ଏପରିକି ଲୋକଙ୍କ ସ୍ୱାର୍ଥ ପାଇଁ ସେ ଏସବୁ ପ୍ରସଙ୍ଗ ଉଠାଉଥିବାବେଳେ କଂଗ୍ରେସର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ମଧ୍ୟ ଏନେଇ ତାଙ୍କର କଥାକୁ ଅଣଦେଖା କଲେ। ତେଣୁ ଏଥିରୁ କଂଗ୍ରେସ ଦଳ ରାଜ୍ୟରେ ଶାସକ ବିଜେଡି ସହ ରହିଥିବା ସେ ସ୍ପଷ୍ଟ ଅନୁଭବ କରିଥିଲେ। ପିପିଲି ଉପନିର୍ବାଚନ ପ୍ରଚାର ଚାଲିଥିବାବେଳେ କଂଗ୍ରେସର ଅବସ୍ଥା କ’ଣ ସହଜରେ ଜଣାପଡ଼ୁଛି। ପିପିଲିରେ ବି କଂଗ୍ରେସ ଭିତରି ବୁଝାମଣା କରିଛି। ଓଡ଼ିଶାରେ ଯେଉଁ କଂଗ୍ରେସ ୨ ନମ୍ବରରେ ଥିବା ଏବେ ସେ ୩ ନମ୍ବର ଦଳରେ ପହଂଚିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version