Latest

କଙ୍ଗନା, ଆଦନାନ୍‌ ଗ୍ରହଣ କଲେ ପଦ୍ମଶ୍ରୀ ପୁରସ୍କାର

Posted on

ନୂଆଦିଲ୍ଲୀ:ଦେଶର ସବୁଠାରୁ ବଡ ସମ୍ମାନ ଭାରତ ରତ୍ନ ପରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। ୭ ଜଣଙ୍କୁ ପଦ୍ମ ବିଭୂଷଣ ଓ ୧୦ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ସମ୍ମାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଗାୟକ ଦିବଂଗତ ଏସ୍‌ପି ବାଲାସୁବ୍ରମଣ୍ୟମ୍‌, ଓଡ଼ିଶାର ବାଲୁକାଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ, ପ୍ରତ୍ନତତ୍ତ୍ୱବିତ୍‌ ବି.ବି ଲାଲଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି।
ଏହି ଅବସରରେ ପୂର୍ବ ବିଦେଶ ମନ୍ତ୍ରୀ ସ୍ୱର୍ଗତା ସୁଷମା ସ୍ୱରାଜଙ୍କୁ ମୃତ୍ୟୁ ପରେ ପଦ୍ମ ବିଭୂଷଣ ପୁରସ୍କାର ସମ୍ମାନରେ ସମ୍ମାନ କରାଯାଇଛି। ସୁଷମାଙ୍କ ଝିଅ ବଂସୁରୀ ସ୍ୱରାଜ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। କଙ୍ଗନା ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଗାୟକ ଅଦନନ୍ ସାମିଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାସହିତ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ସଚିବ ଶ୍ରୀପେନ୍ଦ୍ର ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିବଂଗତ ନେତା ରାମ ଭିଲାସ ପାସୱାନ,ଏବଂ ଧାର୍ମିକ ନେତା କେବୁଲ ସାଦିକଙ୍କ ସମେତ ୧୦ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ସଚିବ ଶ୍ରୀପେନ୍ଦ୍ର ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିବଂଗତ ନେତା ରାମ ଭିଲାସ ପାସୱାନ,ଏବଂ ଧାର୍ମିକ ନେତା କେବୁଲ ସାଦିକଙ୍କ ସମେତ ୧୦ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version