Latest
କଟକର ରାସ୍ତା ମଝିରେ ଜଳିଗଲା ମୋ ବସ
କଟକ ସିଡ଼ିଏ ସେକ୍ଟର-୯ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ମୋ ବସ୍ । ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ବସ୍ରେ ଥିବା ସମସ୍ତେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।ସୂଚନା ମୁତାବକ, ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଏହା ଜାଣିପାରି ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲା।
ପରେ ବସ୍ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ରାସ୍ତା ଉପରେ ଜଳି ଯାଇଥିଲା। ବସ୍ରେ ଥିବା ଯାତ୍ରୀମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ବସ୍ରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି।