Latest

କରୋନା କାଳରେ ନବୀନ ନିବାସରେ ୬ଜଣଙ୍କୁ ନିଯୁକ୍ତି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀ କାଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅବା ନବୀନ ନିବାସରେ ୬ଜଣଙ୍କୁ ନୂଆ ନିଯୁକ୍ତି ମିଳିଛି । ନବୀନ ନିବାସରେ କେତେଜଣ ଅଫିସର ଓ କର୍ମଚାରୀ ନିଯୁକ୍ତି ପାଇଛନ୍ତି ବୋଲି ତା’ର ତଥ୍ୟ ମିଳିଥିଲେ ମଧ୍ୟ ରାଜନୀତିକ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ନାଁ ମିଳିନାହିଁ ।
ସୂଚନା ଅଧିକାର ଆଇନ ବଳରେ ସୂଚନାକର୍ମୀ ଶ୍ରୀକାନ୍ତ ପକାଳଙ୍କୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ ନଭେମ୍ବର ୪ତାରିଖ ସୁଦ୍ଧା ଅବସରପରେ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଭାବେ ୨୦୨୦ ଜୁଲାଇ ୨ତାରିଖରେ ନିଯୁକ୍ତି ମିଳିଥିବାବେଳେ ବିଜୟ ମିଶ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଭାବେ ଅକ୍ଟୋବର ୧ତାରିଖ, ସୌମ୍ୟରଞ୍ଜନ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ଜୁନ୍ ୧୦ତାରିଖ, ଅଜାମ୍ବର ବେହେରାଙ୍କୁ ଜମାଦାର ଭାବେ ଜୁଲାଇ ୨୪ତାରିଖ, ସୁରେଶ ଚନ୍ଦ୍ର ଜେନାଙ୍କୁ ଜମାଦାନ ଭାବେ ଜାନୁୟାରୀ ୮, ରବିନାରାୟଣ ମହାପାତ୍ରଙ୍କୁ ଚପରାଶି ଭାବେ ଜୁନ୍ ୨୪ରେ ନିଯୁକ୍ତି ମିଳିଛି । ସେମାନଙ୍କ ବ୍ୟତୀତ ଶ୍ରୀକାନ୍ତ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଘରୋଇ ସଚିବ ଭାବେ ୨୦୧୯ ଜୁଲାଇ ୮, ଗଣପତି ମହାକୁଡ଼ଙ୍କୁ ଜମାଦାର ଭାବେ ୨୦୧୮ ଅକ୍ଟୋବର ୧୫, ତ୍ରିନାଥ ସାହୁଙ୍କୁ ଚପରାସୀ ଭାବେ ୧୯୯୫ ଏପ୍ରିଲ ୧, ମୋହନ ରାଉତଙ୍କୁ ଚପରାସୀ ଭାବେ ୨୦୧୮ ଡିସେମ୍ବର ୩ ତାରିଖରେ ନିଯୁକ୍ତି ମିଳିଥିଲା ।
ଏହି ସମସ୍ତ ଅଫିସର ଓ କର୍ମଚାରୀ ଏବେ ନବୀନ ନିବାସରେ କାର୍ଯ୍ୟରତ ଥିବାବେଳେ ଅନ୍ୟ କେତେକ ଅବସରପ୍ରାପ୍ତ ଅଫିସରଙ୍କ ସମେତ କିଛି କର୍ମଚାରୀ ଦଳୀୟ ଭିତ୍ତିରେ ମଧ୍ୟ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version