Latest
କରୋନା ପାଇଁ ଦଶମ-ଦ୍ୱାଦଶ ପରୀକ୍ଷା ସ୍ଥଗିତ
ମୁମ୍ବାଇ: କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଆଜି ବଡ଼ ପଦକ୍ଷେପ ନେଇଛି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ବୋର୍ଡର ଦ୍ୱାଦଶ ପରୀକ୍ଷା ମେ’ ଶେଷ ସପ୍ତାହ ଓ ୧୦ମ ପରୀକ୍ଷା ଜୁନ୍ ମାସ ଯାଏ ସ୍ଥଗିତ ରଖିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍ୱାଡ ସୂଚନା ଦେଇଛନ୍ତି।
ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବା ପରେ ଏଭଳି ଘୋଷଣା କରିଛନ୍ତି। ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ମନ୍ତ୍ରୀ ବର୍ଷା କହିଛନ୍ତି, ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ପରୀକ୍ଷା ଆୟୋଜନ ଓ ଶିକ୍ଷାର୍ଥୀ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବା ଉପରେ ବିଚାର କରାଯାଇଥିଲା।