Latest

କରୋନା ପାଇଁ ନୂଆ ଗାଇଡ ଲାଇନ ଜାରି କଲେ ରାଜ୍ୟ ସରକାର ବିବାହ ପାଇଁ ୨୦୦ ଓ ଶୁଦ୍ଧିକ୍ରୀୟାରେ ୫୦ ଲୋକଙ୍କୁ ଅନୁମତି

Posted on

ଭୁବନେଶ୍ୱର, ଓଡ଼ିଶା ୱେୟାର: କରୋନା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ରାଜ୍ୟ ସରକାର। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ। ପୂର୍ବରୁ ସର୍ବାଧିକ ସଂଖ୍ୟା ୫୦୦ ଥିଲା। ଏହାକୁ କମାଇ ୨୦୦କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଶାହ ଓ ଶୁଦ୍ଧିକ୍ରିୟାରେ ଏଣିକି ୫୦୦ ବଦଳରେ ୫୦ ଜଣଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର‌୍ୟ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ ହେବ। ନିୟମକୁ ଉଲ୍ଲଂଘନ କଲେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ବେଶୀ ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି।
ସୂଚନାରୁ ପ୍ରକାଶ, କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସ୍‌ପିମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍‌ଆର୍‌ସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରମୁଖ ସାମିଲ ହୋଇଥିଲେ। ପରିସ୍ଥିତି ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *

Most Popular

Exit mobile version