Latest

କଲେଜ ଓ ବିଶ୍ୱବିଦ୍ୟାଳୟର ଲ୍ୟାବ୍ ଖୋଲିବାକୁ ଅନୁମତି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବ୍ରୋଟୋରୀଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ରିସର୍ଚ୍ଚ ସ୍କର୍ଲାର(ପିଏଚଡି), ଏମଫିଲ୍ , ଟେକ୍ନୋଲୋଜି ଓ ପିଜି ଛାତ୍ରଛାତ୍ରୀ(ବିଜ୍ଞାନ)ମାନଙ୍କ ପ୍ରାକ୍ଟିକାଲ ନିମନ୍ତେ ପାଇଁ ଲ୍ୟାବ୍ରେଟୋରୀ ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବେ । ଏହି ନିର୍ଦ୍ଦେଶ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ, ନଭେମ୍ବର ୩୦ତାରିଖରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଡିସେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି ହୋଇଥିଲା । ସେଥିରେ ଉଚ୍ଚଶିକ୍ଷା ବିଭାଗକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ନିଷ୍ପତ୍ତି ନେବାକୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version